Pratidin TV

Odisha's Digital News Platform

ଅମାଜନରେ ମଲେଣି ୧୦୦ରୁ ଉର୍ଦ୍ଧ ଡଲଫିନ,କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ଜଳବାୟୁ ପରିବର୍ତ୍ତନ ଖାଲି ମଣିଷଙ୍କ ଉପରେ ନୁହେଁ ଅନ୍ୟ ଜୀବଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହାର ଉଦାହରଣ ଏବେ ସାମ୍ନାକୁ ଆସିଛି । ଏବେ ଜଳଜୀବ ସହ ଜଙ୍ଗଲୀଜୀବଙ୍କ ଉପରେ ଏହାର ପ୍ରଭାବ ପକାଉଛି । କେଉଁଠି ଜଙ୍ଗଲ ଛାଡି ହାତୀ, ବାଘ ଭଳି ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ତ କେଉଁଠି ଜଳବାୟୁ ପରିର୍ତ୍ତନ ସହ ନିଜକୁ ଖାପ୍ ଖୁଆଇ ନପାରି ଜଳଜୀବମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ବ୍ରାଜିଲର ଅମାଜନ ଅଂଚଳରେ ଡଲଫିନ୍ ମାନଙ୍କର ମୃତ୍ୟୁ ହେଉଥିବା ଏବେ ଦେଖିବାକୁ ମିଳୁଛି । ସେ ପୁଣି ଗୋଟେ ନୁହେଁ ଗତ ୭ ଦିନ ମଧ୍ୟରେ ବ୍ରାଜିଲର ଅମେଜନ ଅଞ୍ଚଳରେ ୧୦୦ରୁ ଅଧିକ ଡଲଫିନଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ମୁତାବକ, ବ୍ରାଜିଲର ଅମାଜନ ଅଞ୍ଚଳରେ ଥିବା ଜଳାଶୟଗୁଡିକର ଜଳ କମିଯିବା ସହ ଜଳାଶଳୟର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବା ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି । କିଛି କିଛି ସ୍ଥାନରେ ଜଳର ତାପମାତ୍ରା ୧୨୦ ଡିଗ୍ରୀ ଫାରେନହାଇଟ ବା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ବୈଜ୍ଞାନିକମାନେ ଏହି ତାପମାତ୍ରାକୁ ଏକ ଅସାଧାରଣ ବୋଲି କହିଛନ୍ତି । କହିବା ମୁତାବକ ଅମାଜନରେ ଦେଖାଦେଇଥିବା ଐତିହାସିକ ଶୁଖିଲାପଣ ଯୋଗୁଁ ଏଭଳି ହୋଇଥାଇପାରେ । ବିଶ୍ୱର ସବୁଠାରୁ ବଡ ଜଳମାର୍ଗ ଅମାଜନ ଅଟେ । ଏହି ସମୟରେ ଅମେଜନ ଅଞ୍ଚଳରେ ପ୍ରବଳ ତାପମାତ୍ରା ଓ ଜଳ ଶୁଖିଯାଉଥିବା କାରଣରୁ ଏହାର ପ୍ରଭାବ ନଦୀ ଉପରେ ପଡୁଛି ।


ଗଣମାଧ୍ୟମର ସୂଚନା ମୁତାବକ ଡଲଫିନମାନଙ୍କ ଜୀବନ ରକ୍ଷା କରିବାକୁ ସେମାନଙ୍କୁ ଅନ୍ୟ ଜଳାଶୟକୁ ସ୍ଥାନାନ୍ତର କରାଯାଉଛି । କିନ୍ତୁ ଏହା ଏତେ ସହଜ ନୁହେଁ । କାରଣ ଡଲଫିନମାନଙ୍କୁ ସ୍ଥାନାନ୍ତର କରିବା ଏତେ ସହଜ ନୁହେଁ । ଡଲଫିନ ମାନଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ସେମାନଙ୍କୁ ଯେଉଁ ଜଳାଶୟକୁ ନିଆଯିବ ସେଠିକାର ପରିବେଶ ଓ ସେଠାରେ ଭୟଙ୍କର ଭୂତାଣୁ ଉପରେ ପ୍ରଥମେ ପରୀକ୍ଷା କରିବାକୁ ପଡୁଛି । ଏହା ପରେ ସେମାନଙ୍କପାଇଁ ଯଦି ଏହା ଉପଯୋଗୀ ତେବେ ତାଭ୍‌କସ୍ଥାନାନ୍ତର କରିବାର ଯୋଜନା କରାଯିବ ।

Leave a Reply

Your email address will not be published. Required fields are marked *