Pratidin TV

Odisha's Digital News Platform

(Video)ପ୍ରିଷ୍ଟାଇନ୍ ପାର୍କ ଆପାର୍ଟମେଣ୍ଟରେ ଘର କିଣି ଫସିଗଲେ ଅଭିନେତ୍ରୀ ଡେଜି …

1 min read

ଭୁବନେଶ୍ୱର ; ଭୁବନେଶ୍ୱରରେ ଠକାମୀର ଶୀକାର ହେଲେ ଅଭିନେତ୍ରୀ ଡେଜି । ୧୨ ବର୍ଷ ପୂର୍ବେ କଟକ ପ୍ରିଷ୍ଟାଇନ୍ ପାର୍କ ଆପାର୍ଟମେଣ୍ଟରେ ଘର କିଣିଥିଲେ ଅଭିନେତ୍ରୀ ଆଉ କିଛି ଲୋକେ । କିନ୍ତୁ ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଠାରେ ରହୁଥିବା ଲୋକେ । କେତେବେଳେ ଟ୍ୟାପ୍ ରେ କଳା ପାଣିତ ପୁଣି କେତେବେଳେ ଟାଙ୍କି ଫାଟି ଆର୍ପାଟମେଣ୍ଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି । ଆଉ ଲାଇଟ୍ ଏଂବ ଲିଫ୍ଟର ସମସ୍ୟା ତ କହିଲେ ନସରେ । ତାସହ ସିକ୍ୟୁରିଟି ମଧ୍ୟ ରହୁନାହନ୍ତି । ଏନେଇ କଞ୍ଜୁମର କୋର୍ଟରେ କେସ୍ ଚାଲିଥିଲେ ମଧ୍ୟ ଶୁଣିନି ମାଲିକ ।

କଟକ ନଖରା ପାଖ ମୁଗଭଙ୍ଗା ଅଞ୍ଚଳରେ ଥିବା ଏହି ଆପାର୍ଟମେଣ୍ଟକୁ ଯିଏ ଦେଖିବ ଭୂତ କୋଠି ବୋଲି କହିବ । ତେବେ ବିଲଡ୍‌ର ପ୍ରଭାତ କୁମାର ନନ୍ଦ ଆପାର୍ଟମେଣ୍ଟ ଦେବା ପୂର୍ବରୁ ଅନେକ ପ୍ରତିଶୂତି ଦେଇଥିଲେ କିନ୍ତୁ ଘର କିଣିସାରିବା ପରେ ଟଙ୍କା ନେଇ ମୁହଁ ଫେରାଇନେଇଥିଲେ ଠକ ପ୍ରଭାତ । ଦିନକୁ ଦିନ ଆପାର୍ଟମେଣ୍ଟର ପରିସ୍ଥିତି ଖରାପ ହେଉଥିଲେ ମଧ୍ୟ ଶୁଣିନଥିଲେ ପ୍ରଭାତ । ଏନେଇ କୋର୍ଟରେ କେସ୍ ଚାଲିଥିବା ସତ୍ୱେ ବି ନିର୍ଭୟରେ ବୁଟୁଛନ୍ତି ଆପାର୍ଟମେଣ୍ଟ ମାଲିକ ।ଠକାମି ପରେ ନା ଅଛି ଡର ନା ଭୟ । ତେବେ ଦେଖିବା ବାକି ରହିଲା କେବେ ମିଳୁଛି ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍‌କୁ ନ୍ୟାୟ

Advertisement

Leave a Reply

Your email address will not be published. Required fields are marked *