ବିଧାନସଭାରୁ ନେହେରୁଙ୍କ ଫଟୋ ସ୍ଥାନରେ ଲାଗିଲା ଆମ୍ବେଦକରଙ୍କ ଫଟୋ, ପ୍ରଶ୍ନ ଉଠାଇଲା କଂଗ୍ରେସ…
1 min readମଧ୍ୟପ୍ରଦେଶରେ ବାଚସ୍ପତିଙ୍କ ଆସନ ପଛରେ ଅବସ୍ଥାପିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋ କଢାଯିବା ନେଇ ସୃଷ୍ଟ ହୋଇଛି ବିବାଦ । ନେହେରୁଙ୍କ ଫଟୋ ହଟାଯାଇ ଲାଗିଲା ଡକ୍ଟର ବିଆର ଆମ୍ବେଦକରଙ୍କ ଫଟୋ । ଯାହାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ବାଚସ୍ପତ୍ତିଙ୍କ ଆସନ ପଛରେ ପୂର୍ବରୁ ଗୋଟିଏ ପାଶ୍ୱର୍ରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ବେଳେ ଆଉ ଗୋଟିଏ ପାଶ୍ୱର୍ରେ ରହିଥିଲା ଜବାହରଲାଲ ନେହେରୁଙ୍କ ଫଟୋ । ହେଲେ ମହାତ୍ମା ଗାନ୍ଧୀଙ୍କ ଫଟୋ ପୂର୍ବ ପରି ରହିଥିବା ବେଳେ କାହିଁକି ନେହେରୁଙ୍କ ଫଟୋ କଢା ଯାଇଛି ବୋଲି କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । କଂଗ୍ରେସ ଏହା ମଧ୍ୟ କହିଛି ଯେ ବିଆର ଆମ୍ବେଦକରଙ୍କ ଫଟୋ ସ୍ଥାପନ ପାଇଁ ପଦକ୍ଷେପକୁ ସେମାନେ ସ୍ୱାଗତ କରୁଛନ୍ତି । କିନ୍ତୁ ଜବାହରଲାଲ ନେହେରୁଙ୍କ ଲାଢିଦେବା ଉଚିତ ନୁହେଁ ବୋଲି କହିଛି । ଅପରପକ୍ଷେ ଇତିହାସ ବଦଳାଇବା ପାଇଁ ଏହା ବିଜେପିର ଏକ ଷଡଯନ୍ତ୍ର ବୋଲି କଂଗ୍ରେସ ଦାବି କରିଛି । ନେହେରୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ଭାରତ ପ୍ରତି ତାଙ୍କର ଅବଦାନକୁ ସେପରି ଅଣଦେଖା କରାଯାଇପାରିବ ନାହିଁ । ତେଣୁ ନେହେରୁଙ୍କ ଫଟୋ ପୁଣିଥରେ ଗୃହରେ ରଖିବାକୁ ଏକ ଦାବି ଲରିଛନ୍ତି କଂଗ୍ରେସ ବିଧାୟକ ଅଜୟ ସିଂ । ଆଉ ଯଦି ଏପରି ନ କରାଯାଏ ତେବେ କଂଗ୍ରେସ ବିଧାୟକମାନେ ନିଜେ ସେଠାରେ ଫଟୋ ଲଗାଇବେ ବୋଲି ଚେତାବନି ଦେଇଛନ୍ତି ।