Pratidin TV

Odisha's Digital News Platform

ପଇଡ ଭିତରେ ଲୁଚାଇ ନେଉଥିଲେ ଦେଢ କୁଇଣ୍ଟାଲ ଗଞ୍ଜେଇ , ୨ ଗିରଫ୍….

1 min read

ସମ୍ବଲପୁର ; ଚୋରା ଗଞ୍ଜେଇ ମାଫିଆଙ୍କ ଚତୁରତାକୁ ଭଣ୍ଡୁର କରି ପଇଡ ବୋଝେଇ ପିକଅପ ବୋଲେରୋ ଗାଡିରୁ ୧କୁଇଣ୍ଟାଲ ୫୦ କେଜି ଗଞ୍ଜେଇ କୁ ଜବତ କରିଛି ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ।

ସୂଚନା ଅନୁସାରେ ସମ୍ବଲପୁର ଶାସନ ଟୋଲପ୍ଲାଜା ନିକଟରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କରୁଥିବା ସମୟରେ ସନ୍ଦେହ ରେ ଏକ ପଇଡ଼ ବୋଝେଇ ଗାଡ଼ି କୁ ଅଟକାଇବା ପରେ ବୋଲେରୋ ପିକଅପ ଗାଡ଼ିରେ ୧୦୦୦ ଗୋଟି ପଇଡ଼ ମଧ୍ୟରେ ଲୁଚାଇ ନିଆଯାଉଥିବା ୧କୁଇଣ୍ଟାଲ ୫୦ କେଜି ଗଞ୍ଜେଇ କୁ ଜବତ କରାଯାଇଛି । ଏହି ଘଟଣାରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ରାଉଲକେଲା ର ଜଣେ ଫଳ ଦୋକାନୀ ସହ ବିହାର ରାଜ୍ୟର ଗଞ୍ଜେଇ ମାଫିଆ କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Advertisement

ତେବେ ଚୋରା ଚାଳାଣ ହେଉଥିବା ଗଞ୍ଜେଇ ବୌଦ୍ଧ ଜିଲ୍ଲା ରୁ ରାଉରକେଲା କୁ ବେଆଇନ ଭାବେ ନିଆ ଯାଉଥିବା ସମୟରେ ଶାସନ ଟୋଲ ପ୍ଲାଜା ଠାରେ ଗଞ୍ଜେଇ, ବୋଲେରୋ ପିକଅପ ସହ ୧୦୦୦ ଗୋଟି ପଇଡ କୁ ମଧ୍ୟ ଜବତ କରାଯାଇଛି । ତେବେ ଗଞ୍ଜେଇ ସହ ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଳି ଗୁଇନ୍ଦା ଅବକାରୀ ବିଭାଗର ଡେପୁଟି କମିଶନର ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *