ଦୁର୍ଘଟଣା ରୋକିବ ଚା’ ; NH ରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା ….
1 min readଭୁବନେଶ୍ୱର ; ଦୁର୍ଘଟଣା ରୋକିବାକୁ ସରକାରଙ୍କ ଭିନ୍ନ ପ୍ରୟାସ । ଏନଏଚରେ ଡ୍ରାଇଭରମାନଙ୍କୁ ଦିଆଯିବ ମାଗଣା ଚା । ତେବେ ରାତିରେ ଭାରିଯାନ ନେଇ ଯାଉଥିବା ଡ୍ରାଇଭରମାନଙ୍କୁ ରାସ୍ତାରେ ଚା ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ତେବେ ଏହି ଚା’ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ଦିଆଯିବ ।
ମିଳିଥିବା ସୂଚନା ଅନୁଯାୟୀ ଭାରିଜାନ ଚଳାଉଥିବା ଡ୍ରାଇଭର ମାନେ ବହୁ ଦୂର ଦୂରାନ୍ତରୁ ପରିବହନ କାର୍ଯ୍ୟ କରିଥାନ୍ତି । ତେଣୁ ରାସ୍ତାରେ ତାଙ୍କ ଆଖି ଲାଗିଯାଇ ଦୁର୍ଘଟଣା ଘଟିବା ସ୍ୱାଭାବିକ । ଏସବୁକୁ ଏଡାଇବା ପାଇଁ ରାସ୍ତା ପାଶ୍ୱରେ ଥିବା ହୋଟେଲ କିମ୍ବା ଢାବାରେ ମାଗଣା ଚା ଦିଆଯିବାର ବ୍ୟବସ୍ଥା କରାଯିବ । ସେଠାରେ ବିଶ୍ରାମ ନେବା ସହ ଚା ପିଇପାରିବେ ଡ୍ରାଇଭର ।
ଓଡିଶାର ପ୍ରତିଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ । ଆଉ ଏହାର ଦାୟିତ୍ୱରେ ରହିବେ ଜିଲ୍ଲାପାଳ । ନିର୍ଦ୍ଧିଷ୍ଟ ହୋଟେଲ ଓ ଢାବାକୁ ଦାୟିତ୍ୱ ଦେବେ ଜିଲ୍ଲାପାଳ । ଡ୍ରାଇଭରଙ୍କ ନିଦ ସମସ୍ୟ ଓ ଦୁର୍ଘଟଣା ରୋକିବାର ଏହା ମୁଖ୍ୟ ଲକ୍ଷ ରହିବ ।