Pratidin TV

Odisha's Digital News Platform

ବିଗ୍ ବସ୍ -୧୬ : ପ୍ରଥମ କଣ୍ଟେଷ୍ଟାଟଙ୍କ ନାମ ଘୋଷଣା କଲେ ସଲମାନ

1 min read

ନୂଆଦିଲ୍ଲୀ : କଲର୍ସର ବହୁ ଲୋକପ୍ରିୟ ହିଟ୍ ଶୋ ବିଗ୍‌ବସ୍‌ର ସିଜିନ୍‌-୧୬ କୁ ନେଇ ଗୋଟେ ପରେ ଗୋଟେ ସସ୍‌ପେନ୍ସ ବଢୁଥିବା ସମୟରେ ସେପ୍ଟେମ୍ବର ୨୭ ମଙ୍ଗଳବାର ଦିନ ଏକ ବଡ ଘୋଷଣା କରିଛନ୍ତି ସଲମାନ । ଗତକାଲି ଏକ କନଫରେନ୍ସ ରେ ଶୋର ପ୍ରଥମ କଣ୍ଟେଷ୍ଟାଣ୍ଟ ଙ୍କ ନାମ ଘୋଷଣା କରିଛନ୍ତି । ଶୋଟି ଅକ୍ଟୋବର ୧ ରୁ ରାତି ୯.୩୦ ରେ କଲର୍ସ ଟିଭିରେ ଆରମ୍ଭ ହେବାକୁ ଯାଉଥିବା ବେଳେ , ଏହାକୁ ନେଇ ଅନେକ ସତ ମିଛ ଉଡା ଖବର ସାମ୍ନାକୁ ଆସିଥିଲା । ଯାହାପରେ ସଲମାନ ଗତକାଲି ବିଗ୍ ବସ୍‌ର ପ୍ରଥମ କଣ୍ଟେଷ୍ଟାଣ୍ଟଙ୍କ ନା ଘୋଷଣା କରିଛନ୍ତି ।

ତେବେ ପ୍ରଥମ କଣ୍ଟେଷ୍ଟାଣ୍ଟ ହେଉଛନ୍ତି ବିଶ୍ୱର କନିଷ୍ଠ ସଙ୍ଗୀତଜ୍ଞ ଅବଦୁ ରୋଜିକ୍ । ତାଙ୍କ ବୟସ ୧୮ ହୋଇଥିବା ବେଳେ ଉଚ୍ଚତାରେ ସେ ୪,୫ ବର୍ଷର୍ର ଛୁଆଙ୍କ ଭଳି ଦେଖାଯାଇଥାନ୍ତି । ସେ ତାଇଜିଙ୍ଗସ୍ଥାନର ଜଣେ ଫେମସ୍ ସିଙ୍ଗର ଭାବରେ ପରିଚିତ । ଏହାପରେ ସଲମାନ ତାଙ୍କୁ ଷ୍ଟେଜ୍‌କୁ ଡାକି ଅନେକ ପ୍ରଶଂସା କରିଥବାବେଳେ ଅବ୍‌ଦୁ ମଧ୍ୟ ସଲମାଙ୍କୁ ଏକ ବଡ ଧନ୍ୟବାଦ ଜଣାଇଥିଲେ । ପରେ ସଲମାନ ଗୋଟୋ ଗୋଟି କରି ଅନ୍ୟ କଣ୍ଟେଷ୍ଟାଣ୍ଟମାନଙ୍କ ନାମ ମଧ୍ୟ ଘୋଷଣା କରିଥିଲେ । ଯେଉଁଥିରେ ଗୌତମ ଭିଗ୍‌,ଟିନା ଦତ୍ତ,ସାଲିନ୍ ଭାନୋଟ୍‌,ସୁମ୍‌ବୁଲ୍ ତାଓକିର୍‌,ଗୋରି ନାଗୋରୀ,ସିଭ୍ ଠାକ୍‌ରେ,ସୌନ୍ଦୟା ଶର୍ମା,ନିମରିଟ୍ କୌର,ପ୍ରିୟଙ୍କା ଚୌଧୁରୀ,ଶ୍ରୀଜିଟ୍ ଦେ,ସିଭିନ୍ ନାରଙ୍ଗ୍ ଏବଂ ମାନ୍ୟ ସିଂ ପ୍ରମୁଖ ଏଥର ସିଜିନ୍ ୧୬ ରେ ନଜର ଆସିବେ ।

Advertisement

ଏହାପରେ ସଲମାନ ବିଗ୍ ବସ୍‌କୁ ନେଇ ଆଉ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଏଥର ବିଗବସ୍‌ର ଉଇକେଣ୍ଡକା ବାର୍ ଶନିବାର ଏବଂ ରବିବାର ବଦଳରେ ଶୁକ୍ରବାର ଏବଂ ଶନିବାର ଆସିବ ।

Leave a Reply

Your email address will not be published. Required fields are marked *