ପ୍ରତିଭା ଦେଖାଇଲେ ଓଡିଆ ଝିଅ : କେନ୍ଦ୍ରାପଡାରୁ ଇଶ୍ରୋ ଯିବେ କୁନି ଝିଅ ସ୍ୱସ୍ତି ..
1 min readକେନ୍ଦ୍ରାପଡା : ପୁଣି ଚମକିଲେ ଓଡିଆ ଝିଅ । ନିଜର ପ୍ରତିଭା ବଳରେ ସିଧା ଯିବେ ଇଶ୍ରୋ । ମହାକାଶ ଗବେଷଣା ବିଷୟରେ ଗୋଟିଏ ରଚନା ଲେଖିଲେ ରଚନା ଟି ବୁଦ୍ଧିଜୀବୀ ମହଲ ରେ ପ୍ରଶଂସିତ ହେବା ସହ ରାଜ୍ୟ ରେ ୨୦ ଭିତରେ ଚୟନ ହୋଇଥିଲା । ଲେଖିଥିବା ରଚନା ର ଗୁରୁତ୍ବ ଓ ବିଶେଷତ୍ୱ ଉପରେ ଅଧିକ ଜାଣିବା ପାଇଂ ବାଙ୍ଗାଲୋର ସ୍ଥିତ “ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗନାଇଜେସନ”(ଇସ୍ରୋ) ରୁ ଡକରା ଆସିଲା କୁନି ଝିଅ ଙ୍କୁ । ଗୋଟିଏ ରଚନା ରେ ନିଜ ପ୍ରତିଭା ପ୍ରଦର୍ଶିତ କରି ଏବେ ଚର୍ଚ୍ଚା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରବିଶ ବ୍ଲକ ଦାନପୁର କେଶରପୁର ଗାଁ ର ଝିଅ ସ୍ବସ୍ତିପ୍ରଜ୍ଞା ରଥ ।
ଦାନପୁର କେଶର ପୁର ର ସ୍ୱସ୍ଥି ପ୍ରଜ୍ଞା ରଥ କେନ୍ଦ୍ରାପଡା ତରାଣ୍ଡୋ ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ । ବାପା ହରେକୃଷ୍ଣ ରଥ ଜଣେ ସମାଜ ସେବକ ଅନୁଷ୍ଠାନ ରେ ପ୍ରୋଗ୍ରାମ ଅଫିସର ଭାବରେ କାର୍ଯ୍ୟ କରନ୍ତି । ସ୍ୱସ୍ଥିପ୍ରଜ୍ଞା ଚଳିତ ମାସ ତେର ତାରିଖ ରେ ପଠାଣି ସାମନ୍ତ ପ୍ଲାନେଟରୀୟମ ଠାରେ ଟାଟା ଷ୍ଟିଲ ପକ୍ଷରୁ “ଷୋହଳ ତମ ଯୁବ ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ” ରେ ରଚନା ପ୍ରତିଯୋଗିତା ରେ ଅଂଶ ଗ୍ରହଂଣ କରିଥିଲେ । ଯାହାର ମୁଖ୍ୟ ସାରାଶଂ ଥିଲା ‘କିଭଳି ଇଣ୍ଡିଆନ ସ୍ପେସ୍ ବିଶ୍ୱକୁ ସାହାର୍ଯ୍ୟ କରୁଛି’ । ଏହି ପ୍ରତିଯୋଗୀତାରେ ଓଡିଶା ର ତିରିଶ ଜିଲ୍ଲା ର ୩୦୦ ସ୍କୁଲ ରୁ ୭୭୫୦୦ ଛାତ୍ର ଛାତ୍ରୀ ଭାଗନେଇଥିଲେ । ତା ମଧ୍ୟରୁ ସ୍ୱସ୍ଥିପ୍ରଜ୍ଞା ରଥ ଶ୍ରେଷ୍ଠ ୧୬ ମଧ୍ୟରେ ରହିଥିଲେ । ଏହାପରେ ପଠାଣୀ ସାମନ୍ତପ୍ଲାନେଟୋରିୟମ ରେ ଆୟୋଜିତ ହୋଇଥିବା ଷ୍ଟେଟ୍ ଲେବୁଲ୍ ପ୍ରତିଯୋଗିତାରେ ମଧ୍ୟ ସ୍ୱସ୍ଥି ଶ୍ରେଷ୍ଠ କୋଡିଏ ଜଣଙ୍କ ମଧ୍ୟରେ ରହିଥିଲେ । ଆଗାମୀ ବର୍ଷ ପ୍ରାରମ୍ଭ ରେ ବାଙ୍ଗାଲୋର ସ୍ଥିର ଇସ୍ରୋ ହେଡ଼ କ୍ୱାଟର ଯାଇ ମହାକାଶ ବିଜ୍ଞାନୀ ଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ଇସ୍ରୋ ତରଫରୁ ତାଙ୍କୁ ଡାକରା ଆସିଛି ।
ତେବେ ଆଗକୁ ଇଣ୍ଡିଆନ ସ୍ପେସ୍ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଚାହୁଛନ୍ତି ସ୍ୱସ୍ତି । ବିଗ୍ବ୍ୟାଙ୍ଗ ଥିଓରି,ମଲଟି ୟୁର୍ନିଭର୍ସ ବିଷୟରେ ସେ ଅଧିକ ଜ୍ଞାନ ଆହରଣ କରିବାକୁ ଚାହୁଁଛନ୍ତି । ସେହିଭଳି କୁନି ପ୍ରତିଭା ଜଣକ ଆଗକୁ ଜିଓଲୋଜିଷ୍ଟ ବା ଭୂତତ୍ତ୍ୱବିଜ୍ଞାନୀ ହେବାକୁ ଚାହୁଛନ୍ତି । ଆଗକୁ ମହାକାଶ ସମ୍ବନ୍ଧୀୟ ଲେଖିଥିବା ରଚନା ର ବାସ୍ତବ ରୂପ ରେଖ କଣ ଓ କିଭଳି ମହାକାଶ ବିଜ୍ଞାନ ର ବାସ୍ତବତା ସେ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବେ ସ୍ୱସ୍ଥି ପ୍ରଜ୍ଞା ।
ଏଭଳି ଏକ ଅପୂର୍ବ ସଫଳତା ରେ ମନ୍ତ୍ରମୁଗ୍ଧ ହୋଇପଡିଛନ୍ତି ତାଙ୍କ ପରିବାର ଓ ସମ୍ପର୍କୀୟ । ସ୍ୱସ୍ଥିପ୍ରଜ୍ଞା ମଧ୍ୟ ଏହାକୁ ତାଙ୍କ ନିଜର ଏକ ଉପଲବ୍ଧି ବୋଲି ଭାବି ନେଇଛନ୍ତି । ତେବେ ଆମେ ଭଗବାନଙ୍କ ପାଖରେ ଏତିକି କାମନା କରୁଛୁ ଯେ ସ୍ୱସ୍ଥି ପ୍ରଜ୍ଞା ଆଗକୁ ଯାଇ ନିଜର ସ୍ୱପ୍ନକୁ ପୁରଣ କରନ୍ତୁ । ଏବଂ ଓଡିଶା ତଥା ଭାରତ ପାଇଁ ଗର୍ବ ପାଲଟନ୍ତୁ ।