Pratidin TV

Odisha's Digital News Platform

ଓଡିଶା ଆସିବେ ସାଉଥ୍ ସୁପରଷ୍ଟାର ‘ ଅଲ୍ଲୁ ଅର୍ଜୁନ’ , ଏଇଠି ସୁଟିଂ ହେବ ପୁଷ୍ପା-୨ ….

1 min read

ଭୁବନେଶ୍ୱର : ପ୍ରଶଂସକଙ୍କ ପାଇଁ ବଡ ଖବର । ଓଡିଶା ଆସିବେ ସାଉଥ୍ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ସୁପରହିଟ୍ ହେବାପରେ ବର୍ତ୍ତମାନ ଏହାର ୨ ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଗତକାଲି ଫିଲ୍ମର ଟ୍ରିଜର ମଧ୍ୟ ରିଲିଜ୍ ହୋଇସାରିଛି । ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ବଡ ଖବର ଏଇଟା ଯେ ଓଡିଶାର ମାଲକାନାଗିରି ଜିଲ୍ଲାରେ ପୁଷ୍ପା-୨ ସୁଟିଂ ହେବ ବୋଲି ସୂଚନା ମିଳିଛି । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମତି ମିଳିସାରିଛି ।

ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା,  ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ଏଥିସହ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି।  ‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି। ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *