Pratidin TV

Odisha's Digital News Platform

(ଭିଡିଓ)ଏ ବର୍ଷ ହେବନି ପାୱାର କଟ – ଶକ୍ତିମନ୍ତ୍ରୀ ପ୍ରତାପ ଦେବ

1 min read

ଭୁବନେଶ୍ୱର : ବୁଧବାର ମେଫେୟାର ହୋଟେଲ ଠାରେ ଫେଡେର୍ଶନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅରଗାନେସସନ ଏକ୍ସପୋର୍ଟ କନକ୍ଲେଭ୍ ଲେବେରାଗିଙ୍ଗ ଦ ଏକ୍ସପୋର୍ଟ ପୋଟେନସିଆଲ ଅଫ ଓଡିଶା ଉପରେ ଆଲୋଚନା ହେଇଥିଲା ।ଏହି କାର୍ୟ୍ୟକ୍ରମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ msme ବିଦ୍ୟୁତ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଶ୍ରୀ ଶାଶ୍ୱତ ମିଶ୍ର. ପିନ୍ସପାଲ ସେକ୍ରେଟାରୀ msme ଡିପାର୍ଟମେଣ୍ଟ ।

ଏହି ଅବସରରେ ଶକ୍ତିମନ୍ତ୍ରୀ ପ୍ରତାପଦେବ ପାୱାର କଟକୁ ନେଇ ଏକ ବିଶେଷ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପାୱାରକଟ୍ ଆରମ୍ଭ ହୋଇନି କିମ୍ବା ଆଗକୁ ହେବାର ସମ୍ବାବନା ମଧ୍ୟ ନାହିଁ । ଆଗାମୀ ୧୦ ବର୍ଷରେ ଆମ ଓଡିଶା ବହୁତ ଆଗକୁ ବଢିଯାଇଥିବା । ବୋହୁତ ସୁଯୋଗ ଓ ଚାକିରୀ ସୃଷ୍ଟି ହେବ । ଆମେ ଆହୁରୀ ଆଗକୁ ଆଗେଇବା ।
ଆଗକୁ ପାୱାର କଟ ହେବନାହିଁ ।

ଆମ ପାଖରେ ପର୍ୟ୍ୟାପ୍ତ ବିଜୁଳି ଅଛି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ କି ତାହା ପାୱାର କଟ । ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, କାଳବୈଶାଖୀ ପାଇଁ ତାର କଟି ଯାଇଥିବ । ମୁଁ ପ୍ରତିଶ୍ରୁତି ଦେଉଛି ଏ ବର୍ଷ ପାୱାର କଟ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ହେଉଥିବା ।

Leave a Reply

Your email address will not be published. Required fields are marked *