Pratidin TV

Odisha's Digital News Platform

ଉତ୍ତପ୍ତ ମାଟି ଆଜି ଥଣ୍ଡା ପଡିଛି : ଅପେକ୍ଷାର ଅନ୍ତ ଘଟାଇ ମୌସୁମୀ ଓଡିଶାରେ ପାଦ ଦେଇଛି…

1 min read

ଭୁବନେଶ୍ୱର : ବହୁ ଅପେକ୍ଷାର ଅନ୍ତ ଘଟାଇ ଓଡିଶାରେ ମୌସୁମୀ ପାଦ ଥାପିଛି । ଉତ୍ତପ୍ତ ମାଟିର ଜ୍ୱଳନ୍ତା ଅଗ୍ନି ଆଜି ଥଣ୍ଡା ପଡିଯାଇଛି । କାହିଁ କେତେ ବୃକ୍ଷ ଲତା ଜୀବ ଜନ୍ତୁଙ୍କର ତୃଷ୍ଣା ମେଣ୍ଟାଇବା ପାଇଁ ଆଜି ଧରଣୀ ପୃଷ୍ଠକୁ ଓହ୍ଲାଇପଡିଛି ବର୍ଷା । ବୋଧେ ଏସବୁ ଜଗାର କୃପା , ଭକ୍ତମାନଙ୍କୁ ଖରାରୁ ମୁକ୍ତି ଦେଇ ମୌସୁମୀର ପ୍ରଥମ ବର୍ଷାରେ ଭିଜାଦେଇଛି ସେ ଭକ୍ତିର ପ୍ରତିବଦଳରେ ।

ଅସହ୍ୟ ତାତିରୁ ଜନଜୀବନକୁ ରକ୍ଷା କରିଛି ଆଜିର ବର୍ଷା । ଟୋପାଏ ବର୍ଷା ପାଇଁ ଆତୁରୀ ଯାଇଥିଲେ ରାଜ୍ୟବାସୀ । ଆଜି ଏହି ମୌସୁମୀ ବର୍ଷାର ଆରମ୍ଭରେ ହିଁ ଶାନ୍ତ ପଡିଯାଇଛି ଧରାପୃଷ୍ଠ । ସବୁବେଳେ କୋଳାହଳ ଗାଡି ମଟର ଶବ୍ଦରେ ଅସ୍ତବେସ୍ତ ହୋଇପଡିଥିବା ରାଜଧାନୀବି ଆଜି କିଛି କ୍ଷଣ ପାଇଁ ବର୍ଷାର ସ୍ପର୍ଶରେ ସ୍ତବ୍ଧ ହୋଇପଡିଛି ।

Advertisement

ସେହିପରି ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ପୁରୁଣା ଭୁବନେଶ୍ବର, ଏୟାରପୋର୍ଟ, ଖଣ୍ଡଗିରିରେ ବର୍ଷା ହୋଇଛି । ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ସୂଚନା ମିଳିଛି ।ଦିନେ ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତା’ପୂର୍ବରୁ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କ କରାଯାଇଛି । ପୁରୀ, ଖୋର୍ଦ୍ଧା (ଭୁବନେଶ୍ବର), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି ।

Leave a Reply

Your email address will not be published. Required fields are marked *