Pratidin TV

Odisha's Digital News Platform

ବିବାହକୁ ପୁରିନି ୭ ମାସ ; ଗୋଟିଏ ଲୁଗାରେ ଝୁଲି ଜୀବନ ଦେଲେ ନବ ଦମ୍ପତି

ବାଙ୍କୀ : ଅଗ୍ନି କୁ ସାକ୍ଷୀ ରଖି ସାରା ଜୀବନ ପାଇଁ ଦିନେ ହାତ ଧରିଥିଲେ କିନ୍ତୁ ଆଜି ହାତ ଧରା ଧରି ହୋଇ ଆର ପାରି କୁ ଚାଲିଗଲେ । ଦିନେ ନିଜର ସୁନାର ସଂସାର ଗଢିବାକୁ ସ୍ବପ୍ନ ଦେଖିଥିଲେ ଏହି ନବ ଦମ୍ପତ୍ତି । ହେଲେ ଆଜି ସେଇ ସୁନାର ସଂସାରରେ ପଡିଯାଇଛି ପୂର୍ଣ୍ଣଛେଦ । ନିଜ ସାଂସାରିକ ଜୀବନ କୁ ଭଲ ଭାବେ ବୁଝିବା ପୂର୍ବରୁ ଆଜି ସଂସାର ରୁ ସବୁଦିନ ପାଇଁ ଚାଲିଯାଇଛନ୍ତି ଏହି ନବ ଦମ୍ପତ୍ତି । ଆଜି ଗୋଟିଏ ଦୌଡ଼ି ରେ ଝୁଲି ପଡି ନିଜ ଜୀବନ ହାରିଛନ୍ତି ଦୁହେଁ ।

ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଭେଡା ଗ୍ରାମ ରେ, ସୂଚନା ଅନୁଯାୟୀ ଗତ ଛଅ ମାସ ତଳେ ଭେଡା ଗ୍ରାମର ପୀତବାସ ସାହୁ ଙ୍କ ପୁତ୍ର ଧରଣୀଧର । ବାଙ୍କୀ ତାଳବସ୍ତ ଗ୍ରାମ ର ଟୁଲିଆ ସାହୁ ଙ୍କ ଝିଅ ନିରୁପମାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଏବଂ ସ୍ୱାମୀ ଧରଣୀଧର ଖୋର୍ଦ୍ଧା ରେ ଏକ ମିଠା ଦୋକାନରେ କାମ କରନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କାଲି ରାକ୍ଷୀପୂର୍ଣିମା ପାଇଁ ଗାଁ କୁ ଆସି ଶିମିଳି ପୁର ସ୍ଥିତ ଭଉଣୀ ସୁନିତା ସାହୁଙ୍କ ଘରକୁ ଯାଇ ରାତିରେ ନିଜ ଘରକୁ ଫେରି ଥିଲେ ପୁଅ ଧରଣୀ । ଏବଂ ଘରେ ପହଞ୍ଚି ସବୁକିଛି ସ୍ୱାଭାବିକ ଭାବେ ନିଜର କାର୍ଯ୍ୟ ସାରି ଶୋଇବାକୁ ଯାଇଥିଲେ ବୋଲି କହିଛନ୍ତି ପରିବାର ବର୍ଗ । ହେଲେ ଆଜି ଅନେକ ସମୟ ହୋଇଯାଇଥିଲେ ପୁଅ ବୋହୂ ଘରୁ ବାହରିନଥିବାରୁ ଧରଣୀଙ୍କ ମା କବାଟ ଖୋଲି ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ପୁଅ ବୋହୂଙ୍କୁ ଗୋଟିଏ ଲୁଗାରେ ଝୁଲନ୍ତା ଅବସ୍ଥାରେ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ ମା । କିନ୍ତୁ ଯେତେବେଳେ ଚେତା ପଶିଥିôଲା ଭୋ ଭୋ ହୋଇ କାନ୍ଦି ଚିତ୍କାର କରିଥିଲେ । ଯାହା ଫଳରେ ଗ୍ରାମବାସୀମାନେ ଧାଇଁ ଆସିଥିଲେ । ତେବେ ଏହାପରେ ଗ୍ରାମବାସୀଙ୍କ ସାହାର୍ଯ୍ୟରେ ପୁଅ ବୋହୂଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇ ସେମାନଙ୍କ ଶେଷକୃତ୍ୟ ନିମନ୍ତେ ଆୟୋଜନ କରାଯାଉଥିବା ବେଳେ ଏହାର ଖବର ପାଇ ବାଙ୍କୀ ଥାନା ଅଧିକାରୀ କାବୁଲି ବାରିକ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ସ୍ମଶାନ ରୁ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛନ୍ତି । ଏବଂ ଏହି ଘଟଣା ଟି ଏବେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ, ବ୍ୟବଛେଦ ରିପୋର୍ଟ ଆସିଲେ ହିଁ ଘଟଣା ର ସତ୍ୟାସତ୍ୟ ବିଷୟରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ବାଙ୍କୀ ଥାନା ଅଧିକାରୀ ଶ୍ରୀ କାବୁଲି ବାରିକ ।

Leave a Reply

Your email address will not be published. Required fields are marked *