Pratidin TV

Odisha's Digital News Platform

ଏସିଆ କପ୍ ୨୦୨୩ ; ବିଶ୍ୱ ଦେଖିଲା ଇଶାନ ଓ ହାର୍ଦ୍ଦିକଙ୍କ ଧୁଆଁଧାର ବ୍ୟାଟିଂ….

1 min read

ନୂଆଦିଲ୍ଲୀ : ପଡିଆରେ କମାଲ ଦେଖାଇଲେ ଯୁବ କ୍ରିକେଟର ଇଶାନ କିଶାଓ ଏବଂ ହାର୍ଦ୍ଦିକ ପାଣ୍ଡିଆ ।
ତେବେ ପାକିସ୍ତାନ ଇଣ୍ଡିଆର ଲଢେଇରେ ପଡିଆରେ ମ୍ୟାଜିକ୍ ଦେଖାଇଛନ୍ତି ଇଶାନ ଓ ହାର୍ଦ୍ଦିକଙ୍କ ଯୋଡି । ଯଦି କେଏଲ ରାହୁଲ ଫିଟ୍ ଥାନ୍ତେ ତେବେ ଏସିଆ କପ୍‌ରେ ଗତକାଲି ଇସାନଙ୍କୁ ସୁଯୋଗ ମିଳିନଥାନ୍ତା । ଉଇକେଟ୍ କିପର ଓ ବ୍ୟାଟର ଇଶାନଙ୍କ ଲଢୁଆ ବ୍ୟାଟିଂ ଭାରତର ସମ୍ମାନ ରକ୍ଷା କରିଛି । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କ ଯୋଡି ଗତକାଲି ଦୀର୍ଘ ସମୟ ଧରି ପଡିଆରେ ତିଷ୍ଠି ରହିଥିଲା । ଫଳରେ ଭାରତ ଏକ ସମ୍ନାନୀୟ ସ୍କୋର କରିପାରିଛି । ଗତକାଲି ଭାରତ ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ୪୮.୫ ଓଭରରେ ୨୬୬ ରନ୍ କରି ଅଲଆଉଟ୍ ହୋଇଥିଲା । କିନ୍ତୁ ପଡିଆରେ ଏମିତି କିଛି କ୍ଷଣ ଆସିଥିଲା ଯେଉଁଠି ଲାଗିଥିଲା ଯେ ଭାରତ ୧୫୦ ପାର କରିପାରିବ ନାହିଁ କିନ୍ତୁ ସେହି ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ।

ପାକିସ୍ତାନି ବୋଲରଙ୍କୁ ମୁହଁଭଙ୍ଗା ଉତ୍ତର ଦେଇଥିଲା ଭାରତ । ଶୁବମନ୍ ଗିଲ୍ ୧୪ ତମ ଏକ ଉଭରରେ ବ୍ୟାକ୍ତିଗତ୧୦ ରନ୍ କରି ହରିସ ରଫ୍‌ଙ୍‌କ ବଲରେ ବୋଲ୍ଡ ହେବା ବେଳକୁ ଭାରତ ୬୬ ରନ୍‌ରେ ୪ଟି ଉଇକେଟ୍ ହରାଇଥିଲା । ଏହି ପରିସ୍ଥିତିରେ ଟିମ୍‌ର ଭାର ସମ୍ଭାଲଥିଲେ ଇଶାନ ଓ ହାର୍ଦ୍ଦିକ । ଗୋଟିଏ ଛକା ଓ ୭ ଟି ଚୌକା ସହ ୯୦ ବଲରୁ ୮୭ ରନ୍ କରି ହାର୍ଦ୍ଦିକ ଦଳର ବନିଥିଲେ ଟପ୍ ସ୍କୋର । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୮୬.୬୬ ଥିଲା । ସେହିଭଳି ଇଶାନ ୧୦୧.୨୩ ଷ୍ଟ୍ରାଇକ୍ ରେଟ୍ ସହ ୮୧ ବଲରୁ ସ୍କୋର କରିଥିଲେ ୮୨ ରନ୍ । ୨ ଟି ଛକା ଓ ୯ଟି ଚୌକା ମାରିଥିଲେ ଇଶାନ । ତେବେ ଇଶାନ ଓ ହାର୍ଦ୍ଦିକ ସର୍ବାଧିକ ୧୩୮ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ପୁଣି ଟିମ୍‌ର ସ୍ଥିତି ଖରାପଥିଲା । । ଜାଡେଜା ୧୪ ରନ୍ , ଶାର୍ଦ୍ଦୁଲ ୩ରନ୍ ଓ ଶେଷରେ ବୁମରା ୧୬ ରନ୍ କରି ମୋଟ ୨୬୬ ସ୍କୋର କରିଥିଲେ ।

Advertisement

ତେବେ ଭାରତୀୟଙ୍କ ଆଶାରେ ଗତକାଲି ଇଣ୍ଡିଆ ୩୦୦ ପାର କରିବାର ଲକ୍ଷ ରଖି ଥିଲେ ମଧ୍ୟ ୨୬୬ ରେ ଫୁଲଷ୍ଟପ୍ ବସିଥିଲା । ଯାହାକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ପାକିସ୍ତାନ ଫ୍ୟାନ । ତେବେ ବର୍ଷା କାରଣରୁ ଗତକାଲି ଏହି ଐତିହାସିକ ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ସେ ସମୟରେ ପାକିସ୍ତାନ ୬୬ ରନରେ ନିଜର ୪ ଟି ଓି୍ୱକେଟ୍ ହରାଇସାରିଥିଲେ।

Leave a Reply

Your email address will not be published. Required fields are marked *