ଏଣିକି ଗୋଟେ ଆକାଉଣ୍ଟରୁ କରିପାରିବେ ୪ଟି ପ୍ରୋଫାଇଲ, ଫେସବୁକ ଆଣିଲା ଏଭଳି ଫିଚର
1 min readଆରମ୍ଭ ହୋଇ ଯାଇଛି ନବରାତ୍ରୀ । ଆଜି ୪ର୍ଥ ଦିନ ଥିବା ବେଳେ ଫେସବୁକ ଆଣିଲା ଖୁସି ଖବର । ସ୍ମାର୍ଟଫୋନ୍ର ବହୁଳ ବ୍ୟବହାରକୁ ଦୃଷ୍ଟି ଦେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ଲାଟଫର୍ମ ରହିଛି । ସେଥିମଧ୍ୟରୁ ହ୍ୱାଟସଅପ, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ଟ୍ୱିଟର ଆଦି ଲୋକଙ୍କ ପ୍ରଥମ ପସନ୍ଦ ରହିଛି । ଏହାଦ୍ୱାରା ବିଭିନ୍ନ ଜରୁରି କାର୍ଯ୍ୟ ଅତି ସହଜ ହୋଇପାରିଛି କିନ୍ତୁ ତଥାପି ଏହା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ୟୁଜର୍ସଙ୍କୁ ଆହୁରି ସୁବିଧା ଦେବାକୁ ଅନେକ ସମୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ନୂଆ ନୂଆ ଫିଚର୍ସ ମଧ୍ୟ ଅପଡେଟ୍ ହେଉଛି । ପୂଜାଅବସରରେ ୟୁଜରର୍ସଙ୍କ ପାଇଁ ନୂତନ ଫିଚର ଆଣି ଚର୍ଚ୍ଚାରେ ରହିଛି ଫେସବୁକ୍ ।
ଏଫବି କେବଳ ଗୋଟିଏ ପ୍ରୋଫାଇଲ୍ ବନାଇ ହେଉଥିବାବେଳେ ଏହାକୁ ଅଧିକ ଲୋକପ୍ରିୟ କରିବାକୁ କମ୍ପାନୀ ପକ୍ଷରୁ ମଲଟିପଲ୍ ପର୍ସନାଲ୍ ପ୍ରୋଫାଇଲ୍ ଫିଚର ଲଞ୍ଚ କରାଯାଇଛି । ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ଅନେକ ଫ୍ରୋଫାଇଲ୍ ତିଆରି କରିପାରିବେ । ଅର୍ଥାତ୍ ୪ଟି ପ୍ରୋଫାଇଲ ବନାଯାଇପାରିବ । ଇନଷ୍ଟାଗ୍ରାମରୁ ଉପଲବ୍ଧ ଥିବା ମଲ୍ଟିପଲ୍ ପ୍ରୋଫାଇଲ୍ ଫିର୍ଚସ ପରି ଏହା ରହିବ । ତେବେ ଏହା ପରେ ଆଉ ଫେସ୍ବୁକ୍ର ଅଲଗା ଅଲଗା ପ୍ରୋଫାଇଲ୍ ପାଇଁ ବାରମ୍ବାର ଲଗ୍ଇନ୍ କରିବାକୁ ପଡ଼ିବ ନାହିଁ । କେବଳ ସେତିକି ନୁହେଁ, କେଉଁ ୟୁଜର୍ସଙ୍କ ସହ କଣ୍ଟେଣ୍ଟ ସେୟାର କରାଯାଇଛି ତାହା ମଧ୍ୟ ଏହାଦ୍ୱାରା ସହଜରେ ଜାଣିହେବ । ପୂଜା ଅବସରରେ ଫେସବୁକ ବ୍ୟବହାର କାରୀଙ୍କୁ ସରପ୍ରାଇଜ ଦେଇଛି ଫେସବୁକ । ଏହାକୁ ଅଧିକାଂଶ ଲୋକ ଅପଡେଟ କରି ବ୍ôୟହାର କରିବା ଆରମ୍ଭକରି ସାରିଲେଣି ।