Pratidin TV

Odisha's Digital News Platform

ମିଛ କହି ବିମାନରେ ଯାତ୍ରୀ ଖେଳାଇଲେ ଆତଙ୍କ, ଦିଲ୍ଲୀ ବଦଳରେ ମୁମ୍ବାଇରେ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ..

1 min read

ପୁଣି ବିମାନରେ ଆତଙ୍କ ଚିଛି ଦିନ ଶାନ୍ତ ରହିଥିବା ବେଳେ ପୁଣି ମଝି ଆକାଶରେ ଆତଙ୍କ ଖେଳାଇଲେ ଯାତ୍ରୀ । ବ୍ୟାଗ୍‌ରେ ବୋମା ଅଛି କହି ଜୋର ଜୋରରେ ଚିତ୍କାର କଲେ । ଫଳରେ ପୁଣେରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ଏଭଳି କିଛି ବିବୃତି ଜାରି କରିଛି ଆକାଶ ଏୟାର ।
ସୂଚନା ମୁତାବକ, ଗତକାଲି ୧୮୫ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ପୁଣେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଆକାଶ ଏୟାର ବିମାନ । ତେବେ ଉଡାଣ ଭରିବାର ପ୍ରାୟ ୪୦ ମିନିଟ୍ ପରେ ଜଣେ ଯାତ୍ରୀ ତାଙ୍କ ବ୍ୟାଗ୍ ବୋମା ଅଛି କହି ହଠାତ ଚିତ୍କାର କରିଥିଲେ । ଯାତ୍ରୀ ଜଣ ବାରମ୍ଭାର ଏଭଳି କହି ଧମକାଇବାରୁ ପୁନେରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନ ମୁମ୍ବାଇରେ ଅବତରଣ କରିଥିଲା ।

ଶୁକ୍ରବାର ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଜଣେ ‘ସିଆଇଏସ୍‌ଏଫ୍‌’ ଅଫିସର ମୁମ୍ବାଇ ପୁଲିସ କଣ୍ଟ୍ରୋଲ୍‌କୁ ସୂଚନା ଦେବା ପରେ ପୁଲିସ ଅଧିକାରୀ ଏବଂ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ବିମାନ ବନ୍ଦରରେ ପହଞ୍ଚିିଥିଲେ । ସମସ୍ତ ଯାତ୍ରୀମାନଙ୍କ ଲଗେଜ୍ ଯାଂଚ କରାଯାଇଥିଲା । କିନ୍ତୁ ତଦନ୍ତ ସମୟରେ ପୁଲିସ କିଛି ସନ୍ଦିଗ୍ଧ ସାମଗ୍ରୀ ପାଇନଥିଲା । ତେବେ ପ୍ରକୃତରେ ଯେଉଁ ବ୍ୟକ୍ତି ଜଣକ ନିଜ ବ୍ୟାଗ୍‌ରେ ବୋମା ଅଛି ବୋଲି କହିଥିଲେ,ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିଲା । ତେଣୁ ସେ ବିମାନଟିକୁ ଅଟକାଇବାକୁ ଯାଇ ଏଭଳି ଗୁଜବ ସୃଷ୍ଟି କରିଥିଲେ । ଏମରଜେନ୍ସି ଲ୍ୟାଣ୍ଡିଂ ପରେ ଉକ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ପଠାଯାଇଛି । ବୋମା ରଖିଥିବା କଥା ମିଥ୍ୟା ବୋଲି ଜଣା ପଡ଼ିବା ପରେ ଆଜି ସକାଳ ପ୍ରାୟ ୬ଟା ବେଳେ ଉକ୍ତ ବିମାନ ତା’ର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *