Pratidin TV

Odisha's Digital News Platform

ଏଣିକି ରାତିରେ ଏମ୍ସ ପାଖରେ ଥିବା ଆହାର କେନ୍ଦ୍ର ଖୋଲା ରହିବ, ଉପକୃତ ହେବେ ରୋଗୀଙ୍କ ପରିବାର..

1 min read

ଭୁବନେଶ୍ୱର: ରୋଗୀଙ୍କ ପରିବାର ପାଇଁ ଆସିଲା ଖୁସିର ଖବର । ଏଣିକି ରାତ୍ରୀ ଭୋଜନକୁ ନେଇ ଆଉ ରହିବନି ଚିନ୍ତା । କାରଣ ଆଜି ଠାରୁ ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ଏନେଇ ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ । ଯାହାର ଆଜି ଉଦଘାଟନ କରିବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାତି ସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର । ତେବେ ଅନ୍ୟ ସବୁ ଆହାର କେନ୍ଦ୍ର ୬ଦିନ ଖୋଲା ରହୁଥିବା ବେଳେ ରବିବାର ବନ୍ଦ ରହୁଛି । କିନ୍ତୁ ଏଠାରେ ଥିବା ଆହାର କେନ୍ଦ୍ର ୭ଦିନ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି ସେଣ୍ଟରରେ ରାତିରେ ୮୦୦ ମିଲ ମିଳିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *