Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ଡାକ୍ତରାଣୀ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ , ବିଷ ଜନିତ ମୃତ୍ୟୁ ନେଇ ଖୁଲାସା..

ଯୋଡା : ସାମ୍ନାକୁ ଆସିଲା ଯୋଡା ଡାକ୍ତରାଣୀ ସୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ତେବେ ଶବ ବ୍ୟବିଚ୍ଛେଦ କରିଥିବା ଡାକ୍ତରଙ୍କ ପ୍ରାଥମିକ ସୂଚନା ଅନୁଯାୟୀ,ତାଙ୍କ ମୃତ୍ୟୁ ବିଷ ଜନିତ କାରଣରୁ ହୋଇଛି । କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ ପାଇଁ ନମୁନାକୁ ଭୁବନେଶ୍ୱର ଫରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି ବୋଲି ସିଡିଏମୋ କିଶୋର ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଭଶ୍ରୀଙ୍କ ମୃତ୍ୟୁ ଭିତରେ ଫସିଛନ୍ତି ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝି । ପୋଲିସର ସମ୍ପୂର୍ଣ୍ଣ ନଜର ଦିବ୍ୟରଞ୍ଜନଙ୍କ ଉପରେ । ଗତମାସ ୨୦ ତାରିଖରେ ଶୁଭଶ୍ରୀ ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଥିଲେ ଯେ , ସିବ୍ୟରଞ୍ଜନ ତାଙ୍କ ସହ ଗତ ୬ ବର୍ହ ଧରି ପ୍ରେମ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ରଖିଥିଲେ । ମାତ୍ର ବିବାହ କରିବାକୁ ସେ ଠିକ୍ ଟାଇମ୍‌ରେ ମନାକରିବାରୁ ସୁଭଶ୍ରୀ , ଦିବ୍ୟରଞ୍ଜନଙ୍କ ନାରେ ଯୋଡା ଥାନାର ଏତଲା ଦେଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଆପୋସ ବୁଝାବଣା ମଧ୍ୟ ହୋଇଥିଲା । କିନ୍ତୁ ହଠାତ୍ ସୁଭଶ୍ରୀଙ୍କ ଏପରି ମୃତ୍ୟୁ ଦିବ୍ୟରଞ୍ଜନଙ୍କୁ ସନ୍ଦେହ ଘେରକୁ ଟାଣୁଛି ।

ତେବେ ପୋଲିସ ଶୁଭଶ୍ରୀ ରହୁଥିବା ଘରକୁ ଯାଇ ମୋବାଇଲ ଫୋନ , ଔଷଧ ବୋତଲ ସହିତ କିଛି କାଗଜପତ୬ ମଧ୍ୟ ଜବତ କରିଛି । ଶୁଭଶ୍ରୀଙ୍କ ଫୋନର କଲ୍ ରେକର୍ଡ ଯାଞ୍ଚ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀଙ୍କୁ ପଚରା ଉଚରା ମଧ୍ୟ ଚଲାଇଛି । ଫରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ପ୍ରକୃତ ସତ୍ୟ । କେମିତି ହୋଇଥିଲା ଶୁଭଶ୍ରୀଙ୍କ ମୃତ୍ୟୁ ।

Leave a Reply

Your email address will not be published. Required fields are marked *