Pratidin TV

Odisha's Digital News Platform

କଳାହାଣ୍ଡିକୁ ଲମ୍ବିଛି ନକଲି ସାର୍ଟିଫିକେଟ୍‌ ଚେର, ସସ୍‌ପେଣ୍ଡ ହେଲେ ପୋଷ୍ଟମାଷ୍ଟର ..

କଳାହାଣ୍ଡି : ବଲାଙ୍ଗୀର, କନ୍ଧମାଳ, କେନ୍ଦ୍ରାପଡା ପରେ ଏବଂ କଳାହାଣ୍ଡି କୁ ନକଲି ସାର୍ଟିଫିକେଟ୍‌ର ଚେର ଲମ୍ବି ଥିବା ଆଶଙ୍କା । କଳାହାଣ୍ଡି ଜିଲ୍ଲାରେ ଡାକ ବିଭାଗ ଡିଭିଜନ ପକ୍ଷରୁ ୧୦୫ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ଶବ ପୋଷ୍ଟମାଷ୍ଟର, ସହକାରୀ ପୋଷ୍ଟ ମାଷ୍ଟର ଏବଂ ଡାକ ସେବକ ନିମନ୍ତେ ପ୍ରାର୍ଥୀ ମାନେ ନିବେଦନ କରିଥିଲେ ।

  ୧୦୫ ଜଣ ମନୋନୀତ ପ୍ରାର୍ଥୀ ମଧ୍ୟରୁ ୭୮ ଜଣ ସାର୍ଟିଫିକେଟ୍‌ ଯାଞ୍ଚ ନିମନ୍ତେ ଡାକ ବିଭାଗ ଅଫିସ କୁ ଆସିଥିଲେ ଏବଂ ଅନ୍ୟ ୨୭ ଜଣ ଅନୁପସ୍ଥିତ ଥିଲେ ଏହି ଘଟଣା କୁ ନେଇ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ।  ଏହି ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଡାକ ଡିଭିଜନ ସୁପାରିଟେଣ୍ଡେନ ବିଜୟ ମହାନ୍ତି କୁ ପଚାରିବାରୁ ସମସ୍ତ ୭୮ ଜଣ ପାର୍ଥୀ ଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ତିନି ଟି ବୋର୍ଡ କୁ ପଠା ଯାଇଛି ।  ସେଠୁ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।  ସେପଟେ ଯାଞ୍ଚ ବେଳେ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରୀ କରିଥିବା ଜଣା ପଡିବା ପରେ ଜୟପାଟଣା ବ୍ଲକ ପ୍ରତାପପୁର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଜଣେ ମହିଳାକୁ ଚାକିରୀରୁ ବହିଷ୍କାର କରାଯାଇଛି । 

Leave a Reply

Your email address will not be published. Required fields are marked *