Pratidin TV

Odisha's Digital News Platform

ପାରାଦ୍ୱୀପରେ ବିଭତ୍ସ ହତ୍ୟାକାଣ୍ଡ ; ହୋଟେଲ କର୍ମଚାରୀ ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା , କାରଣ ଅସ୍ପଷ୍ଟ ….

1 min read

ପାରାଦ୍ୱୀପ : ପାରାଦ୍ୱୀପରେ ବିଭତ୍ସ ହତ୍ୟାକାଣ୍ଡ । ପାରାଦ୍ୱୀପ ବଡ଼ପଡ଼ିଆ ଅଟୋଷ୍ଟାଣ୍ଡରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ହୋଟେଲ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । କାରଣ ଅସ୍ପଷ୍ଟ । ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚାନ ଅନୁଯାୟୀ ମୃତ ଯୁବକ ଙ୍କ ନାମ ଟୂବୁଲା ଜେନା । ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗଣ୍ଡାଖିଆ ପଦଲାପୁର ଗ୍ରାମ ବୋଲି ଜଣାପଡିଛି । ଯୁବକ ଜଣକ ପୂର୍ବରୁ ଅଠରବାଙ୍କୀ ଅଞ୍ଚଳରେ ଏକ ହୋଟେଲରେ କାମ କରୁଥିବା ବେଳେ କିଛିଦିନ ହେବ ବଡ଼ପଡ଼ିଆ ମାର୍କେଟରେ ଥିବା ରେବିକା ହୋଟେଲରେ କାମ କରିଆସୁଥିଲେ । କିନ୍ତୁ ହଠାତ୍ ଗତକାଲି ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ ବଡ଼ପଡ଼ିଆ ଅଟୋଷ୍ଟାଣ୍ଡ ପାଖରୁ ମୃତ ଦେହ ମିଳିଛି ।

Advertisement

ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ହତ୍ୟାକାଣ୍ଡ ର ଛାନଭିନ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡ ଘଟିଥିବା ଘଟଣାସ୍ଥଳ ରୁ ପାରାଦୀପ ଆଦର୍ଶ ଥାନା ମାତ୍ର ପଚାଶ ମିଟର ଦୂରରେ ହୋଇଥିବା ବେଳେ କିଭଳି ହତ୍ୟାକାରୀ ଏହିଭଳି ଏକ ନୃଶଂସ ହତ୍ୟା କଲା ତାହା ସାଧାରଣ ରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ର ପର୍ଦାଫାଶ ହୋଇପାରିବ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ଚାଲିଛି ।

Leave a Reply

Your email address will not be published. Required fields are marked *