Pratidin TV

Odisha's Digital News Platform

ସେପ୍ଟେମ୍ବର ୩୦ ପରେ ଚଳିବ କି ନାହିଁ ୨୦୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ ଏଠାରେ..

1 min read

ଆଉ ୨ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩୦ରେ ବନ୍ଦ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ । ଏହାକୁ ବ୍ୟାଙ୍କରେ ଜମା କରିବାର ସମୟ ମଧ୍ୟ ଶେଷ ହେବାକୁ ଯାଉଛି । ଆରବିଆଇ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମୟ ଦେଇଛି । ଯଥା ୨,୦୦୦ ଟଙ୍କା ନୋଟ୍ ଜମା କିମ୍ବା ବିନିମୟ ପାଇଁ ଏହି ଶନିବାର ହେଉଛି ଶେଷ ଦିନ । ଯଦି ଆପଣଙ୍କର ଏପର୍ଯ୍ୟନ୍ତ ୨,୦୦୦ ଟଙ୍କା ନୋଟ୍ ଅଛି ଏବଂ ସେଗୁଡିକୁ ଏପର୍ଯ୍ୟନ୍ତ ଜମା କିମ୍ବା ବିନିମୟ କରିନାହାଁନ୍ତି, ତେବେ ଏହି ସମୟସୀମା ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ । କାରଣ ସମୟ ଶେଷ ହେବା ପରେ ଆଉ ଚଳିବନି ୨୦୦୦ ଟଙ୍କିଆ ନୋଟ । ସେପ୍ଟେମ୍ବର ୩୦, ୨୦୨୩ ପରେ ୨,୦୦୦ ଟଙ୍କିଆ ନୋଟ୍ ସହିତ କ’ଣ ହେବ ସେନେଇ ଆରବିଆଇ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ବିଶେଷ କଥା ହେଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟର ଆଇନଗତ ଟେଣ୍ଡର ସ୍ଥିତି ପ୍ରତ୍ୟାହାର କରିନାହିଁ । ଏହାର ଅର୍ଥ ହେଉଛି ସମୟସୀମା ପରେ ମଧ୍ୟ ୨,୦୦୦ ଟଙ୍କା ନୋଟ୍ ଆଇନଗତ ମୁଦ୍ରା ରହିବା ଆଶଙ୍କା ରହିଛି । ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଘୋଷଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଅନେକ କଥା କହିଛନ୍ତି ।

ସେ କହିଥିଲେ ଯେ ସେପ୍ଟେମ୍ବର ୩୦ ପରେ କ’ଣ ହେବ ସେ ବିଷୟରେ ଆମେ ଆପଣଙ୍କୁ ଆନୁମାନିକ ଜବାବ ଦେଇ ପାରିବୁ ନାହିଁ । ୨୦୦୦ ଟଙ୍କିଆ ନୋଟ୍ର ଆଇନଗତ ଟେଣ୍ଡର ସ୍ଥିତି ଉପରେ ଆମେ କିଛି କହିନାହୁଁ । ଆମେ କେବଳ କହୁଛୁ ଯେ ୨୦୦୦ ଟଙ୍କା ନୋଟ୍ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଚାରରେ ରହିବ । ସେ ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆପଣ ଏକ ସମୟସୀମା ନ ଦିଅନ୍ତି, ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ପାରିବ ନାହିଁ । ଏଥିରୁ ଅନୁମାନ କରାଯାଉଛି ଯେ ୨୦୦୦ ଟଙ୍କିଆ ନୋଟ୍ ‘ଆଇନଗତ ମୁଦ୍ରା’ ରହିବ ।

Advertisement

ସେପ୍ଟେମ୍ବର ୧, ୨୦୨୩ ରେ ଆରବିଆଇର ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଥିଲେ ।ସେଥିରେ ଉଲ୍ଲେଖ ଥିଲା ଯେ ୨୦୦୦ ଟଙ୍କା ବ୍ୟାଙ୍କ ନୋଟଗୁଡିକର ୯୩ ପ୍ରତିଶତ ମେ ୧୯, ୨୦୨୩ ସୁଦ୍ଧା ଫେରି ଆସିଛି । ଅଧିକାଂଶ ନୋଟ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରି ଆସିଛି, ତେଣୁ ୨୦୦୦ ଟଙ୍କା ଜମା ଏବଂ ବିନିମୟ ପାଇଁ ସମୟସୀମା ବୃଦ୍ଧି କରିବାର ସମ୍ଭାବନା କମ୍ । ଯେହେତୁ ୨୦୦୦ ଟଙ୍କିଆ ନୋଟ୍ର ଆଇନଗତ ଟେଣ୍ଡର ସ୍ଥିତି ଜାରି ରହିଛି । ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ଯଦି ସମୟସୀମା ପରେ ଯଦି କାହାର ୨୦୦୦ ଟଙ୍କା ନୋଟ୍ ଥାଏ, ତେବେ ସେମାନଙ୍କ ସହିତ କ’ଣ ହେବ? ‘ଆଇନଗତ ଟେଣ୍ଡର’ ସ୍ଥିତି ସୂଚିତ କରେ ଯେ ଆରବିଆଇକୁ ଏହି ନୋଟଗୁଡିକର ମୁଦ୍ରା ମୂଲ୍ୟ ମୁକ୍ତ କରିବାକୁ କିଛି ଉପାୟ ଦେବାକୁ ପଡିବ ।

ଯେହେତୁ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଛି, ଅନେକ ଦୋକାନୀ ଏବଂ ବ୍ୟବସାୟୀ ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଆରବିଆଇ ଏହାର ‘କ୍ଲିନ୍ ନୋଟ୍ ପଲିସି’ ଅଧୀନରେ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କାର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *