Pratidin TV

Odisha's Digital News Platform

ଏୟାର ଇଣ୍ଟିଆ ଷ୍ଟାଫ ଆଉ ପିନ୍ଧିବେନି ଶାଢୀ, ମନୀଷ ମହ୍ଲୋତ୍ରାଙ୍କ ଦ୍ୱାରା ପ୍ରସ୍ତୁୂତ ହେବ ନୂଆ ଡ୍ରେସକୋର୍ଡ..

1 min read

ଟାଟା କମ୍ପାନୀ ହାତରେ ଏବେ ଏୟାର ଇଣ୍ଡିଆ । ଆଉ ହାତକୁ ନେବା ପରେ କରାଯାଇଛି ଏଥିରେ ଅନେକ ପରିବର୍ତ୍ତନ । ତେବେ ନିକଟରେ ଖବର ଆସିଥିଲା ଯେ, ଏୟାର ଇଣ୍ଡିଆର ଏୟାର ହଷ୍ଟେସଙ୍କ ୟୂନିଫର୍ମ ବଦଳିବ । ଏବେଯାଏଁ ଏୟାର ଇଣ୍ଡିଆର ମହିଳା କ୍ର‌୍ୟୁମେମ୍ବର୍ସ ମାନେ ଶାଢୀ ପିନ୍ଧୁଥିଲେ । କିନ୍ତୁ ଏବେ ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ । ସବୁଠାରୁ ଖାସ୍ କଥା ହେଉଛି ଏୟାର ଇଣ୍ଡିଆର ନୂଆ ୟୁନିଫର୍ମକୁ ଡିଜାଇନ୍ କରିବେ ଦେଶର ନାମିଦାମୀ ଫ୍ୟାଶନ୍ ଡିଜାଇନର ମନୀଷ ମହ୍ଲୋତ୍ରା । ଏଥିପାଇଁ ତାଙ୍କ ସହ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର ହୋଇସାରିଛି ।

ଚଳିତ ବର୍ଷ ନଭେମ୍ବର ମଧ୍ୟରେ ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ମିଳିଯିବ ବୋଲି ସୂଚନା ରହିଛି । ମନୀଷ ମହ୍ଲୋତ୍ରା ଏୟାର ଇଣ୍ଡିଆର ୧୦,୦୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ । ଏହି କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି କ୍ୟାବିନ୍ କ୍ର‌୍ୟୁ, କକପିଟ୍ କ୍ର‌୍ୟୁ, ଗ୍ରାଉଣ୍ଡ ଓ ସକ୍ୟୁରିଟି ଷ୍ଟାଫ୍ । ତେବେ ଦେଖିବାକୁ ରହିଛି ଏୟାର ଇଣ୍ଡିଆର ନୂଆ ୟୁନିଫର୍ମ କିଭଳି ରହିବ ।

Advertisement

Leave a Reply

Your email address will not be published. Required fields are marked *