Pratidin TV

Odisha's Digital News Platform

ଦିନିକିଆ ବିଶ୍ୱକପରେ ପ୍ରଥମ ଥର ପାଇଁ କୌଣସି ମ୍ୟାଚରେ ଏକାସହ ୪ଜଣ ଖେଳାଳି ହାସଲ କଲେ ସେଞ୍ଚୁରୀ

1 min read

ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହୋଇ ସାରିଛି ଦିନିକିଆ ବିଶ୍ୱକପ । ତେବେ ଦୀର୍ଘ ୭ବର୍ଷ ପରେ ଭାରତ ମାଟିରେ ପାଦ ଦେଇ ପାକିସ୍ତାନ ଭଲ ପ୍ରଦର୍ଶନ କରୁଛି । ୨୦୨୩ ବଶ୍ୱକପରେ ପାକିସ୍ତାନ କ୍ରମାଗତ ଭାବେ ୨ୟ ବିଜୟ ହାସଲ କରିଥିବା ବେଳେ ୨ଥର ପରାଜୟର ସ୍ୱାଦ ଚାଖି ସାରିଲାଣି ଶ୍ରୀଲଙ୍କା । ତେବେ ଗତକାଲି ବିଶ୍ୱକପର ଅଷ୍ଟମ ମ୍ୟାଚ ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହୋଇଥିଲା ପାକିସ୍ତାନ ଏବଂ ଶ୍ରୀଲଙ୍କା । ତେବେ ଏଥିରେ ପାକିସ୍ତାନ ବାଜି ମାରିଥିବା ବେଳେ ଚଳିତ ବର୍ଷ ବିଶ୍ୱକପ ଆରମ୍ଭରୁ ଉଭୟ ଟିମ ଏକ ରେକର୍ଡ କରିଛନ୍ତି ଯାହା ବର୍ତ୍ତମାନ ସୁଧା କୌଣସି ଟିମ କରି ପାରି ନାହିଁ । କାରଣ ଗତକାଲିର ମ୍ୟାଚ ପ୍ରଥମ ଥର ପାଇଁ ଏକା ସହ ୪ଟି ଖେଳାଳି ଶତକ ହାସଲ କରିଛନ୍ତି ତେବେ ଏହି ୪ଜଣ ଖେଳାଳି କିଏ ଆସନ୍ତୁ ଜାଣିବା ।

ଗତକାଲିର ମ୍ୟାଚରେ ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ଶ୍ରୀଲଙ୍କାକୁ ନିରାଶ ହେବାକୁ ପଡିଥିଲା ହେଲେ କୁସାଲ ମେଣ୍ଡିସ ମୈଦାନକୁ ଆସିବା ପରେ ମାତ୍ର ୬୫ ବଲରେ ସେ ଶତକ ହାସଲ କରିଥିଲେ ଏହା ଥିଲା ପ୍ରଥମ ଶତକ । ତା ପରେ ଶ୍ରୀଲଙ୍କାର ଆଉ ଏକ ଖେଳାଳି ସଦୀରା ସମରବ୍ରିକମ ୮୯ ବଲରେ ୧୦୮ ରନ ସଂଗ୍ରହ କରି ୨ୟ ଶତକ ହାସଲ କରିଥିଲେ । ଏଥିସହ ଶ୍ରୀଲଙ୍କା ପାକିସ୍ତାନକୁ ୩୪୫ରନର ଟାର୍ଗେଟ ଦେଇଥିଲା । ଏତେ ବଡ ବିଶାଳ ରନର ଲକ୍ଷ୍ୟ କରି ପାକିସ୍ତାନ ପଡିଆକୁ ଓହ୍ଲାଇଥିଲା । ତା ପକ୍ଷରୁ ଅବଦୁଲ୍ଲା ସଫିକ ଏବଂ ମହମ୍ମଦ ରିଜୱାନଙ୍କ ଘାତକ ବ୍ୟାଟିଂ ଆଗରେ ଫିକା ପଡିଯାଇଥିଲା ଶ୍ରୀଲଙ୍କା ।

Advertisement

ଆରମ୍ଭରୁ ପାକିସ୍ତାନ ମଧ୍ୟ ୨ଟି ୱକେଟ ହରାଇ ସମସ୍ତଙ୍କୁ ନିରାଶ କରିଥିବା ବେଳେ ମୈଦାନକୁ ଓହ୍ଲାଇଥିଲେ ଓପନର ଅବଦୁଲ୍ଲା ସଫିକ ଏବଂ ମହମ୍ମଦ ରିଜୱାନ । ସଫିକ ୧୦୩ ବଲରେ ୧୧୩ ରନ କରି ଶତକର ହାସଲ କରିଥିଲେ । ଏହାପରେ ପାକିସ୍ତାନ ଆଉ ଏକ ଖେଳାଳି ରିଜୱାନ ୧୨୧ ବଲରେ ୧୩୧ ରନ ସଂଗ୍ରହ କରି ପାକିସ୍ତାନକୁ ବିଜୟ ଦ୍ୱାରକୁ ପହଞ୍ଚାଇଥିଲେ । ତେବେ ଗତକାଲି ହୋଇଥିବା ଗୋଟେ ମ୍ୟାଚରେ ଏକ ନୂଆ ରେକର୍ଡ ହୋଇଛି । ବିଶ୍‌ବକପ ଆରମ୍ଭକରୁ ଗୋଟେ ମ୍ୟାଚରେ ୪ଜଣ ଖେଳାଳି ନିଜର ଶତକ ହାସଲ କରିଛନ୍ତି । ପାକିସ୍ତାନ ର ଦୁଇ ଜଣ ଥିବା ବେଳେ ଶ୍ରୀଲଙ୍କାର ୨ଜଣ ଖେଳାଳି ମଦ୍‌ୟ ଶତକ ହାସିଲ କରିଥିଲେ । ପ୍ରାରମ୍ଭରୁ କୌଣସି ଦଳ ଏହି କୀର୍ତ୍ତିମାନ ହାସଲ କରି ନଥିଲା ।

Leave a Reply

Your email address will not be published. Required fields are marked *