Pratidin TV

Odisha's Digital News Platform

ପୁଣି SDJM କୋର୍ଟରେ ହାଜର ହେଲେ ବର୍ଷା -ଅନୁଭବ , ନୂଆ ପିଟିସନକୁ ନେଇ ..

କଟକ ; କଟକ ଏସ ଡି ଜେ ଏମ୍ କୋର୍ଟରେ ହାଜର ହେଲେ ବର୍ଷା ଅନୁଭବ । ଘରୋଇ ହିଂସା ଅଭିଯୋଗ ନେଇ କୋର୍ଟରେ ଅଭିଯୋଗ ଆଣିଥିଲେ ବର୍ଷା । ଏହି ମାମଲାରେ ଉଭୟ ବର୍ଷା ଅନୁଭବଙ୍କ ମଧ୍ୟରେ ମଧ୍ୟସ୍ଥତା ଜାରି ରହିଛି । ତେବେ ଏହାରି ଭିତରେ ଅନୁଭବ ମଧ୍ୟ ଗତଥର ମଧ୍ୟସ୍ଥତା ସମୟରେ ଆଉ ଏକ ନୂଆ ପିଟିସନ ଦାୟର କରିଛନ୍ତି । ଆଜି ସେହି ଆବେଦନ ଉପରେ ଶୁଣାଣି ହୋଇପାରେ ।

ଅନ୍ୟପଟେ ଗତକାଲି ପୁଣି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ହାଇଡ୍ରାମା କରିଛନ୍ତି ଅନୁଭବ । ବର୍ଷାଙ୍କୁ ପୁଣି ବଦନାମ୍ କରିବାକୁ ଷଡଯନ୍ତ୍ର କରୁଥିବା କହିଛନ୍ତି ବର୍ଷାଙ୍କ ଆଡଭୋକେଟ୍ ଶିବାନୀ । ତାଙ୍କ କହିବା ଅନୁଯାୟୀ ଅନୁଭବ ବର୍ଷାଙ୍କ ନାଁରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା , ଯାହା ଜଜ୍‌ମେଣ୍ଟର ପେଜ୍ ୨୦ ରେ ସ୍ପଷ୍ଟ ଲେଖାଅଛି । ଆଉ ଅନୁଭବ ନିଜେ ଲେଖିଛନ୍ତି ଯେ ସେ ପଲଟିକାଲ କାମରେ ଏତେ ବ୍ୟସ୍ତ ଥିଲେ ଯେ ନିଜ ମ୍ୟାରେଜ୍ କେବେ ଫିକ୍ସ ହେଲା ସେ ଜାଣିପାରିନାହନ୍ତି । ତେଣୁ ସେ ବର୍ଷାଙ୍କୁ ନିଜ ସର୍ମ୍ପକକୁ ନେଇ ଦୋଷ ଦେବା ସମ୍ପୂର୍ଣ୍ଣ ଭୁଲ । କାରଣ ଅନୁଭବ ବିବାହର ପ୍ରଥମ ଦିନରେ ହିଁ ବର୍ଷାଙ୍କ ସହ ଶାରୀରିକ ସର୍ମ୍ପକ ରଖିଥିଲେ ଯେଉଁଥିରେ ବର୍ଷାଙ୍କର ଆପତ୍ତି ନଥିଲା କିନ୍ତୁ ଅନୁଭବ ଏଥିରେ ସନ୍ତୁଷ୍ଟ ହୋଇପାରିନଥିବା ଜଜ୍‌ମେଣ୍ଟରେ ନିଜେ ଦର୍ଶାଇଛନ୍ତି । ସେ ମିଛ ଅଭିନୟ କରି ସୋସିଆଲ ମିଡିଆରେ ଲୋକମାନଙ୍କ ସହାନଭୂତି ଗୋଟାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଆଡଭୋକେଟ୍ ଶିବାନୀ ।

ଅନୁଭବ ସବୁବେଳେ ଗୋଟିଏ କଥା କହିଛନ୍ତି ଯେ ବର୍ଷାଙ୍କ ସହ ତାଙ୍କର କୌଣସି ସର୍ମ୍ଫକ ନଥିଲା କିନ୍ତୁ ତାହା ସମ୍ପୂର୍ଣ୍ଣ ମିଛ । ସେ ନିଜେ ନିଜ ଜଜ୍‌ମେଣ୍ଟରେ ଏହା ଦର୍ଶାଇଥିବା ଯୋଗୁଁ କୋର୍ଟ ଏହା ଉପରେ ରାୟ ଶୁଣାଇ ତାଙ୍କ ବିବାହ ବିଚ୍ଛେଦକୁ ସ୍ଥଗିତ ରଖିଥିଲା । ପୂର୍ବରୁ ମଧ୍ୟ କୋର୍ଟ ୱାଣ୍ଣିଂ ଦେଇଥିଲା ଯେ ସମୃକ୍ତ ମାମଲାରେ ଅନୁଭବ କିମ୍ବା ବର୍ଷା କେହିବି ସୋସିଆଲ ମିଡିଆରେ କାହାକୁ କେନ୍ଦ୍ର କରି କିଛି ପୋଷ୍ଟ କରିପାରିବେନି । କିନ୍ତୁ ଅନୁଭବ୍ ଏହାକୁ ବରାମ୍ବାର ଭାଙ୍ଗିଚାଲିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *