Pratidin TV

Odisha's Digital News Platform

ବାହାରେ ଜଗିଛି ଚିନୁକ, ଶ୍ରମିକଙ୍କୁ କରାଯିବ ଏୟାର ଲିଫ୍ଟ…

1 min read

ଉତ୍ତରକାଶି ଟନେଲ ଟ୍ରାଜେଡି । ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ୪୧ଶ୍ରମିକ । ସେଥିପାଇଁ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଆଉ ମାତ୍ର କିଛି ସମୟ ଅପେକ୍ଷା ପରେ ବାହାରକୁ ଆସିବେ ଶ୍ରମିକ ମାନେ । ଟନେଲରେ ଖନନ କାର୍ଯ୍ୟ ଶେଷ ହୋଇଛି । ୮୦୦ ମିଲିମିଟର ବ୍ୟାସ ପାଇପ୍ ମଧ୍ୟ ଭର୍ତ୍ତି କରାଯାଇଛି । ଏନଡିଆରଏଫ୍ ଟିମ୍ ପାଇପ୍ ମାଧ୍ୟମରେ ଶ୍ରମିକମାନଙ୍କ ନିକଟରେ ପହଞ୍ଚିଛି । ଏହି ଦଳ ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ବାହାରକୁ ଆଣିବାରେ ସାହାଯ୍ୟ କରିବ । ସୁଡଙ୍ଗ ବାହାରେ ଅପେକ୍ଷା କରି ରହିଛନ୍ତି ଶ୍ରମିକଙ୍କ ପରିବାର । ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ପୋଷାକ ଏବଂ ବ୍ୟାଗ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯିବ । ସେଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେପଟେ ଚିନୁକ୍ ହେଲିକପ୍ଟରଗୁଡିକ ଉତ୍ତରପ୍ରଦେଶର ଚିନିଆଲିସାଉର ସହରରେ ନିୟୋଜିତ କରାଯାଇଛି । ଏହା ଏହି ଜରୁରୀକାଳୀନ ପରିସ୍ଥିତିରେ ଯଦି କୈାଣସି ଶ୍ରମିକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ ତେବେ ସେମାନଙ୍କୁ ଶୀଘ୍ର ସ୍ୱାସ୍ଥ୍ୟ ସେବା ପାଇଁ ଡେରାଡୁନ୍ ଏବଂ ଋଷିକେଶକୁ ନିଆଯାଇପାରିବ ।

Leave a Reply

Your email address will not be published. Required fields are marked *