Pratidin TV

Odisha's Digital News Platform

ଏଭଳି ମାରାତ୍ମକ ରୋଗରେ ପୀଡିତା ବରୁଣ ଧାୱନ , ହରେଇ ବସିଲେଣି ସନ୍ତୁଳନ

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ନଟ୍‌ଖଟ୍ ଅଭିନେତା ବରୁନ୍ ଧାୱନ । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ଭେଡିଆ ର ପ୍ରମୋସନକୁ ନେଇ ବ୍ୟସ୍ତ ରହୁଛନ୍ତି । ଫିଲ୍ମର ପ୍ରମୋସନ ସମୟରେ ବରୁଣ ତାଙ୍କ ସ୍ୱାସ୍ଥ ଅବସ୍ଥାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ନିକଟରେ ଇଣ୍ଡିଆନ ଟୁଡେର ଏକ କନକ୍ଲେଭ୍‌ରେ ବରୁଣ ତାଙ୍କୁ ହୋଇଥିବା ଏକ ସାଙ୍ଘାତିକ ରୋଗ ବିଷୟରେ ଖୁଲାସା କରିଛନ୍ତି ।

କୋଭିଡ୍ -୧୯ ମହାମାରୀ ପରେ ବଡ ପରଦାକୁ ଫେରିବା ପାଇଁ ତାଙ୍କ ଉପରେ ବହୁତ ଚାପ ରହିଛି ବୋଲି ବରୁଣ କହିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି, “କୋଭିଡ୍ ପରେ ଆମେ ଏବେ ମୂଷା ଦୌଡରେ ବ୍ୟସ୍ତ ନାହୁଁ କି? ଏଠାରେ ଅନେକ ଲୋକ କୁହନ୍ତି ଯେ ସେମାନେ ବଦଳିଛନ୍ତି? ମୁଁ ଦେଖୁଛି ଲୋକମାନେ ଆହୁରି କଠିନ ପରିଶ୍ରମ କରିବା ଆରମ୍ଭ କରିଛନ୍ତି। ବାସ୍ତବରେ, ମୁଁ ମୋର ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ପାଇଁ କଠିନ ପରିଶ୍ରମ କରିବା ଆରମ୍ଭ କରିଥିଲି। ମୋତେ ଲାଗିଲା ଯେ ମୁଁ ନିର୍ବାଚନ ଲଢୁଛି। ମୁଁ ଜାଣେ ନାହିଁ କାହିଁକି, କିନ୍ତୁ ମୁଁ ନିଜ ଉପରେ ଖୁପ୍ ଚାପ ପକେଇଛି।”ଯାହା ବର୍ତ୍ତମାନ ଏହି ରୋଗ ରୂପରେ ମୋ ଆଗରେ ଠିଆ ହୋଇଛି।

Advertisement

ବରୁଣ ବର୍ତ୍ତମାନ ‘ଭେଣ୍ଟିବୁଲାର ହାଇଫୋପଙ୍କସନ୍’ ନାମକ ରୋଗରେ ପୀଡିତ ଅଛନ୍ତି । ଏହାର ପ୍ରବାବରେ ବରୁଣ ନିଜ ସନ୍ତୁଳନ ହରାଇ ବସିଛନ୍ତି । ଏହି ରୋଗରେ ରୋଗୀର ଶରୀରର ସନ୍ତୁଳନ ବିଗିଡିଯାଏ । ଶ୍ରବଣ ଶକ୍ତି କମିଯାଏ । କାନରେ ରକ୍ତ ସଞ୍ଚାଳନ କମିଯିବାରୁ ଶୁଣିବାରେ ସମସ୍ୟା ହେବା ସହ ମୁଣ୍ଡ ବୁଲାଇବା , କୌଣସି କାମରେ ମନନଲାଗିବା ପରି ସମସ୍ୟା ସୃଷ୍ଟି ହୁଏ । ସବୁଠାରୁ ବଡ ସମସ୍ୟା ହେଉଛି ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିଯାଏ ।

‘ଭେଷ୍ଟିବୁଲାର ହାଇଫୋପଙ୍କସନ୍’ ରୋଗରେ ସଙ୍କ୍ରମିତ ବ୍ୟକ୍ତିଠାରେ ବାନ୍ତି ସମସ୍ୟା ଦେଖାଯାଏ । ଏଥିରୁ ଆରୋଗ୍ୟ ଲାଭ କରିବା ପାଇଁ ଦୀର୍ଘ ସମୟ ଲାଗିଥାଏ । ଏହାକୁ ଆଣ୍ଟିଫଙ୍ଗାଲ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରାଯାଇପାରେ । ହେଲେ ଠିକ୍ ସମସୟରେ ଏହାର ସଠିକ୍ ଚିକିତ୍ସା ନହେଲେ ଏହା ଘାତକ ହୋଇପାରେ ।
ନିଜ ରୋଗକୁ ନେଇ ବର୍ତ୍ତମାନ ବରୁଣ ବହୁ ଚିନ୍ତା ବା ଚାପରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *