ତାଣ୍ଡବ ରଚିଲା ଘୂର୍ଣ୍ଣିବଳୟ ; ଉଡାଇନେଲା ୧୮ ଚକିଆ ଯାନ..
1 min readନୂଆଦିଲ୍ଲୀ : ତାଣ୍ଡବ ରଚିଲା ଘୂର୍ଣ୍ଣିବଳୟର । ଉଡାଇନେଲା ୧୮ ଚକିଆ ଯାନ । ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଲକ୍ଷରୁ ଅଧିକଙ୍କ ଘରେ ନାହିଁ ବିଜୁଳି । ଆମେରିକାରେ ପୁଣିଥରେ ଘୂର୍ଣ୍ଣିବଳୟ ତାଣ୍ଡବ ରଚିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଦକ୍ଷିଣ-ମଧ୍ୟ ଓ ପୂର୍ବ ଆମେରିକାରେ ଶୁକ୍ରବାର ଓ ଶନିବାର ଆସିଥିବା ଘୂର୍ଣ୍ଣିବଳୟରେ ମୃତକଙ୍କ ସଂଖ୍ୟା ୨୧ରେ ପହଂଚିଛି ।
ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଝଡ଼ର ଗତି ଏତେ ଦ୍ରୁତ ଥିଲା ଯେ ଏପରିକି ୧୮ ଚକିଆ ଯାନ ମଧ୍ୟ ଉଡ଼ିବାରେ ଲାଗିଲା । ଟେନେସିରେ ଜରୁରୀକାଳିନ ପ୍ରବନ୍ଧନ ଏଜେନ୍ସିର ଜଣେ ପ୍ରବକ୍ତା ଏଏଫପିକୁ ଏହି ଘୂର୍ଣ୍ଣିବଳୟରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ଏହା ବ୍ୟତୀତ ଦକ୍ଷିଣରେ ଅର୍କାସସ, ମିସିସିପି ଓ ଅଲବାମା ଓ ମେଡୱେଷ୍ଟରେ ଇଣ୍ଡିଆନା ଓ ଇଲିନୋଇସରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘୂର୍ଣ୍ଣି ବଳୟରେ ୬ ଲକ୍ଷରୁ ଅଧିକ ଘରର ବିଜୁଳି କଟିଯାଇଛି । ଲୋକେ ଏବେ ଅନ୍ଧାରରେ । ଅନେକ ସ୍ଥାନରେ ବିଜୁଳି ଖଂଟି ଭାଙ୍ଗି ଯାଇଥିବା କୁହାଯାଇଛି । ଏବେ ଏହାକୁ ଯୁଦ୍ଧ କାଳୀନ ଭିତିରେ ମରାମତି କରାଯାଉଛି ।
ଭୟଙ୍କର ଘୂର୍ଣ୍ଣିବଳୟରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ଯାଇଥିଲା, ଘରର ଛାତ ଭାଙ୍ଗି ଯାଇଥିଲା, କୋଠାଘର ନଷ୍ଟ ହୋଇଯାଇଥିଲା ଏବଂ ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ବଡ଼ ଗାଡି ଆକାଶରେ ଉଡ଼ିବା ଆରମ୍ଭ କରିଥିଲା । ଏହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଭୟଙ୍କର ଝଡ଼ରେ ଏପର୍ଯ୍ୟନ୍ତ ୬୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଦୁଇଟି ଘୂର୍ଣ୍ଣିବଳୟ ଆମେରିକାର ଦକ୍ଷିଣ ଆର୍କାନାସ୍ ରାଜ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା । ଏହାଦ୍ୱାରା ରାଜ୍ୟ ରାଜଧାନୀ ଲିଟିଲ୍ ରକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।