Pratidin TV

Odisha's Digital News Platform

ବିକଶିତ ଓଡିଶାର ଅଭାବି ଦୃଶ୍ୟ ; ବୁନ୍ଦାଏ ଜଳ ପାଇଁ ରାସ୍ତାରେ ବସିଲେ ଶହ ଶହ ମହିଳା ….

1 min read

ମୟୁରଭଞ୍ଜ : କପ୍ତିପଦାରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଜନା । ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମବାସୀଙ୍କୁ ମିଳି ପାରୁନାହିଁ ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ । ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ପାନୀୟ ଜଳର ଚିନ୍ତା ଉକ୍ତ କଷ୍ଟକୁ ଦ୍ୱିଗୁଣିତ କରିଛି । ହେଲେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

ହାତରେ ଗରା ବାଲଟି ଧରି ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । କପ୍ତିପଦା ବ୍ଲକ ମଝିଗଡିଆ ପଂଚାୟତର ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ଏହି ପଂଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମକୁ ପାନୀୟ ଜଳର ସୁବିଧା ନ ଥିବାରୁ ଆଜି ଗ୍ରାମର ଶତାଧିକ ମହିଳା, ପୁରୁଷ ହାତରେ ଗରା ବାଲଟି ଧରି ମଝିଗଡିଆ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ କପ୍ତିପଦା-ଔପଦା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ୫ ଗୋଟି ଗ୍ରାମ ରାଇକିଆ, ଡାଙ୍ଗରସାହି, ସାମଲସାହି, ଭୋଇସାହି ଏବଂ ମଝିଗଡିଆ ଗ୍ରାମବାସୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ରାସ୍ତାରେ ଗରା ବାଲଟି ଧରି ବିକ୍ଷୋଭରେ ସାମିଲ ହୋଇଛନ୍ତି ଗ୍ରାମବାସୀ ।

Advertisement

ପୂର୍ବରୁ ଏହି ୫ ଗୋଟି ଗ୍ରାମବାସୀ ପାଣି ପାଇଁ ଧାରଣା ଦେଇଥିବା ବେଳେ ତାଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ହେଲେ କିଛି ଦିନ ହେବ ଟ୍ୟାଙ୍କର ଯୋଗେ ପାଣି ଦେବା ବନ୍ଦ କରିଦିଆଯାଇଛି । ଯାହାଫଳରେ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି । ଏହା ସହିତ ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave a Reply

Your email address will not be published. Required fields are marked *