Pratidin TV

Odisha's Digital News Platform

ବିଶ୍ୱ ଦ୍ରତତମ ବ୍ୟାଟର୍ସ ରେକର୍ଡ ଭାଙ୍ଗିଲେ ଶୁବମନ୍ ଗିଲ୍ ; ଶିଖର-କୋହଲି-ତେନ୍ଦୁଲକର ପଡିଲେ ପଛରେ ….

1 min read

ନୁଆଦିଲ୍ଲୀ ; ବିଶ୍ୱ ବ୍ୟାପି ଚର୍ଚ୍ଚାରେ ଯୁବ କ୍ରିକେଟର ଶୁବମନ୍ ଗିଲ୍ । କେବଳ ବାରତୀୟ ଫ୍ୟାନ୍ସ ନୁହେଁ ବରଂ ଦେଶ ବିଦେଶରେ ଫ୍ୟାନ୍ସଙ୍କ ଦିଲରେ ଏବେ ଛାଇଁଯାଇଛନ୍ତି ଗିଲ୍ । ମ୍ୟାଚ୍ ପରେ ମ୍ୟାଚ୍ ରେ ନୂଆ ନୂଆ ରେକର୍ଡ ହାତେଇ ନିଜକୁ ପ୍ରମାଣିତ କରିଛନ୍ତି ଏହି ଯୁବ କ୍ରିକେଟର । ମାତ୍ର ୨୪ ବର୍ଷ ବୟସରେ ଶୁବମନ ଗିଲ୍ ରବିବାର ନିଜ ଷଷ୍ଠ ଦିନିକିଆ ଶତକ ହାସଲ କରିଛନ୍ତି। ଏ କ୍ଷେତ୍ରରେ ସେ ଦ୍ରୁତତମ (୩୫ ପାଳି) ହୋଇଛନ୍ତି। ସେ ଶିଖର ଧାୱନ (୪୬ ପାଳି)ଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି।

ସେହିଭଳି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୫ ଶତକ ହାସଲ କରିବାରେ ଗିଲ୍ ବିଶ୍ବର ପଞ୍ଚମ ବ୍ୟାଟର୍ ହୋଇଛନ୍ତି। ଏଥର ଗିଲ୍ ସଚିନ ତେନ୍ଦୁଲକର, ବିରାଟ କୋହଲି, ହାସିମ୍ ଆମଲା ଓ ବାବର ଆଜମଙ୍କ ପରି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କରିଛନ୍ତି ଗିଲ୍। ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ । ଦିନିକିଆ କ୍ରିକେଟ ଇତିହାସରେ ୩୫ ଇନିଂସରେ ୧୯୦୦ ରନ କରିବାରେ ଗିଲ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ।

Advertisement

ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେଭାରତ ରବିବାର କେବଳ ସର୍ବୋଚ୍ଚ ଦିନିକିଆ ସ୍କୋର୍ (୩୯୯/୫) ରେକର୍ଡ କରିନାହିଁ, ବିଶ୍ବର ପ୍ରଥମ ଦେଶ ଭାବେ ଦିନିକିଆ କ୍ରିକେଟ୍ ଇତିହାସରେ ୩,୦୦୦ ଛକା ମାଇଲଖୁଣ୍ଟ ଅତିକ୍ରମ କରିଛି। ଭାରତ ଏହି ପାଳରେ ମାରିଥିବା ମୋଟ ୧୮ ଛକା କିନ୍ତୁ ଦେଶ ପାଇଁ ଦ୍ବିତୀୟ ସର୍ବାଧିକ।

Leave a Reply

Your email address will not be published. Required fields are marked *