Pratidin TV

Odisha's Digital News Platform

(video)ବିଲେଇର ଦଶାହ କର୍ମ ପାଳିଲେ ପାନ ଦୋକାନୀ ….

1 min read

କଟକ : ପାଳନ ହୋଇଛି ବିଲେଇର ଦଶାହ କର୍ମ । ଫଟୋ ରେ ଫୁଲମାଳ ପକେଇ ଦିଆଯାଇଛି ଶ୍ରଦ୍ଧାଞ୍ଜଳୀ । କିଛି ସମୟ ଧରି ନୀରବ ପ୍ରାର୍ଥନା ମଧ୍ୟ କରାଯାଇଛି । ଠିକ୍ ମଣିଷର ସୁଦ୍ଧିକର୍ମ ଭଳି ବିଲେଇର ମଧ୍ୟ ପାଳନ କରାଯାଇଛି । ଏଭଳି କିଛି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହର ର ସାମନ୍ତସାହି ଅଞ୍ଚଳରେ । ଯାହାକୁ ଦେଖିବା ପାଇଁ ଜମି ଯାଇଥିଲା ଲୋକଙ୍କ ଭିଡ଼ । କାରଣ ଆଜି ସମୟରେ ଯେଉଁ ମଣିଷ ନିଜ ରକ୍ତର ସର୍ମ୍ପକକୁ ଭୁଲି ଯାଉଛି ସେଠି ଜଣେ ମାଲିକ ତା ବିଲେଇ ପ୍ରତି ଥିବା ସ୍ନେହ ଓ ପ୍ରେମକୁ ତା ମୃତ୍ୟୁ ପରେ ବି ଭୁଲିପାରୁନାହିଁ ।

ବିଲେଇ ପ୍ରତି ମଣିଷଙ୍କ ଏପରି ପ୍ରେମ ଓ ସ୍ନେହ ଦେଖି ଭାବ ବିହୁଳ ହୋଇଗଲେ ଜନସାଧାରଣ । ସାମନ୍ତ ସାହି ଅଞ୍ଚଳର ପାନ ଦୋକାନୀ ଆକାଶ ବର୍ମା । ଦୀର୍ଘ ୫ ବର୍ଷ ଧରି ଏକ ବିଲେଇକୁ ଆଦର ଓ ସ୍ନେହ ସହ ତାର ଲାଳନ ପାଳନ କରୁଥିଲେ । ତାକୁ ନିଜ ପରିବାରର ସଦସ୍ୟ ଭାବେ ରଖୁଥିଲେ । ହେଲେ ହଠାତ୍ ବିଲେଇର ଦେହ ଖରାପ ହେବା ଯୋଗୁଁ ତାକୁ ନିକଟରେ ଥିବା

Advertisement

ଏକ ପଶୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଗଲା । ହେଲେ ଚିକିତ୍ସାର କିଛି ଦିନ ପରେ ବିଲେଇର ମୃତ୍ୟୁ ହୋଇଗଲା । ଏଥିରେ ଭାବ ବିହୂଳ ହୋଇ ପାନ ଦୋକାନୀ ଆକାଶ ନିଜ ଦୋକାନ ଆଗରେ ମୃତ ବିଲେଇର ଫଟୋ ଲଗେଇ ତାର ଦଶାହ କର୍ମ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *