Pratidin TV

Odisha's Digital News Platform

ଆଫଗାନିସ୍ତାନରେ ହାହାକାର ପରିସ୍ଥିତି,ମାଟିତଳୁ ଖୋଜା ଚାଲିଛି ଜୀବନର ସନ୍ଧାନ…

1 min read

ନୂଆଦିଲ୍ଲୀ: ସିକ୍କିମ ପରେ ଏବେ ଆଫଗାନିସ୍ତାନରେ ଦେଖିଦେଇଛି ହାହାକାର ପରିସ୍ଥିତି । ପାକୃତିକ ଦୁର୍ବିପାକରେ ପ୍ରାଣ ହରାଇଲେଣି ଅନେକ ଲୋକ । ଏବେ ବି ମାଟିତଳୁ ଖୋଜା ଚାଲିଛି ଜୀବନର ସନ୍ଧାନ । ଗତ ଶନିବାର ଆଫଗାନିସ୍ତାନର ହେରାଟ ପ୍ରଦେଶରେ ଘଟିଥିବା ଭୂକମ୍ପ ଯୋଗୁଁ ଅତି କମରେ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି । କାରଣ ୩୦ ମିିନିଟ ଭିତରେ ୩ ଥର ଦୋହଲି ଥିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଭୁକମ୍ପର ତିବ୍ରତା ରହିଥିଲା ୬.୧ । ଭୁକମ୍ପରେ ପ୍ରଭାବରେ ପ୍ରାୟ ୧୨ ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୪୬୫ରୁ ଉର୍ଦ୍ଧ ଘର ଭୁଷୁଡି ପଡିଛି । ଭୁଷୁଡି ପଡିଥିବା ଅଟାଳିକା ଭିତରେ ଅନେକ ଲୋକ ଚାପି ହୋଇ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ସେଥିପାଇଁ ମୃତ୍ୟୁ ସଂଖ୍ୟା ଆହୁରୀ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଇଛି । ସେପଟେ ଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ୱାହିଦ ରାୟନ କହିଛନ୍ତି ଯେ ହେରାଟରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ମୂଳ ରପୋର୍ଟରୁ ଅଧିକ । ତୁରନ୍ତ ସହାୟତା ପାଇଁ ଆବେଦନ କରି ସେ କହିଛନ୍ତି ଯେ ପ୍ରାୟ ୬ଟି ଗାଁ ନଷ୍ଟ ହୋଇଯାଇଛି ଏବଂ ଶହ ଶହ ସାଧାରଣ ନାଗରିକ ଭଗ୍ନସ୍ତୁପ ତଳେ ପୋତି ହୋଇଯାଇଛନ୍ତି ।


ମିଳିତ ଜାତିସଂଘ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ତଳେ ଫସି ରହିଥିବା କିଛି ଲୋକଙ୍କ ରିପୋର୍ଟ ମଧ୍ୟରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆହତଙ୍କ ସଂଖ୍ୟା ବଢିପାରେ । ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହାତଙ୍କୁ ହସପିଟାଲରେ ପହଞ୍ଚାଇବା ପାଇଁ ୧୨ଟି ଆମମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ତାଲିବାନ ସରକାରରେ ଅର୍ଥ ଉପ-ପ୍ରଧାନମନ୍ତ୍ରୀ ଅବଦୁଲ ଘାନି ବାରାଦର ଆହତ ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି । ତାଲିବାନ କହିଛି ଯେ ସହାୟତା ସଂଗଠନମାନେ ଆହତମାନଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ନେବା ଉଚିତ ଏବଂ ଭୂକମ୍ପ ଯୋଗୁଁ ଯେଉଁମାନେ ଭୂମିହୀନ ହୋଇଯାଇଛନ୍ତି ସେମାନଙ୍କ ପାଇଁ ରହିବା ସ୍ଥାନ ଯୋଗାଇବା ଉଚିତ ।

Advertisement

Leave a Reply

Your email address will not be published. Required fields are marked *