Pratidin TV

Odisha's Digital News Platform

ପାକିସ୍ତାନର ଏସବୁ ଜିନିଷ ଭାରତୀୟଙ୍କ ଘରେ ହୂୁଏ ବ୍ୟବହୃତ, ଯାହା ବିନା ଜୀବନ ଅଧାରେ ରହିଥାଏ, ଜାଣନ୍ତୁ କ’ଣ ସେସବୁ..

1 min read

ଅକ୍ଟୋବର ୧୪ ଅର୍ଥାତ ଶନିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ ମ୍ୟାଚ୍ ଅଛି । ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ରହିଛି । ଆଶା କରାଯାଉଛି ଯେ ଏହି ମ୍ୟାଚ୍ ସମସ୍ତ ଦର୍ଶକଙ୍କ ରେକର୍ଡ ମଧ୍ୟ ଭାଙ୍ଗିବ ପାରେ । ତେବେ ଯେବେ ବି ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଯ ହୁଏ ସେବେ ସେବେ ଉଭୟ ଦେଶର ଅନେକ ଲୋକ ଏତିରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଆଉ ଆସନ୍ତକାଲିର ମ୍ୟାଚ୍ ସମୟରେ ମଧ୍ୟ ସମାନ କାମ ହେବ ବୋଲି ଜଣା ପଡୁଛି । ତେବେ ଉଭୟ ଦେଶ ଭିତରେ ଅନେକ ସମୟରେ ବିବାଦ ଲାଗି ରହିଥାଏ । ଯାହା ସାରା ବିଶ୍ୱକୁ ଜଣା କିନ୍ତୁ ତା ପରେ ବି ଉଭୟ ଦେଶ ଭିତରେ ବାଣିଜ୍ୟ କାରବାର ମଧ୍ୟ ହୋଇଥାଏ । ତେବେ କେଉଁ ସବୁ ଜିନିଷ ଏବଂ କିଭଳି ଏହି କାରବାର ହୁଏ ଆପଣ ଜାଣିଛନ୍ତି କି ? ଆଜି ଆମେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିଷୟରେ ଆପଣଙ୍କୁ ଜଣାଇବୁ ।

ବିଶେଷକରି ସେହି ସାମଗ୍ରୀ ଯାହା ପାକିସ୍ତାନରୁ ଆସିଥାଏ ଏବଂ ଭାରତର ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ । ହଁ, ପାକିସ୍ତାନରେ ଏପରି କିଛି ଜିନିଷ ଅଛି, ଯାହା ବିନା ଭାରତର ଲୋକଙ୍କ ଜୀବନ ଏକ ପ୍ରକାର ଅସମ୍ପୂର୍ଣ୍ଣ ଅଟେ । ପାକିସ୍ତାନର କେଉଁ ସାମଗ୍ରୀ ଭାରତବାସୀ ପସନ୍ଦ କରନ୍ତି ଏବଂ ଦୁଇ ଦେଶ ମଧ୍ୟରେ କେତେ ବାଣିଜ୍ୟ ହୁଏ ଆସନ୍ତୁ ଜାଣିବା । ସିମେଣ୍ଟ ଠାରୁ ଆରମ୍ଭ କରି ପଥର ଲୁଣ ପର୍ଯ୍ୟନ୍ତ ଏହି ସବୁ ଜିନିଷ ପାକିସ୍ତାନରୁ ଭାରତକୁ ଆସେ । ବିନାନି ସିମେଣ୍ଟର ନାମ ଆପଣମାନେ ନିଶ୍ଚୟ ଶୁଣି ଥିବେ,କିନ୍ତୁ ଜାଣି ନଥିବେ ଯେ ଭାରତରେ ବିକ୍ରି ହେଉଥିବା ଏହି ସିମେଣ୍ଟ ପାକିସ୍ତାନରେ ଉତ୍ପାଦିତ ହୋଇଥାଏ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତରେ ଉପବାସ ସମୟରେ ବ୍ୟବହୃତ ପଥର ଲୁଣ ମଧ୍ୟ ପାକିସ୍ତାନରୁ ଆମଦାନୀ ହୋଇଥାଏ, ଭାରତରେ ଏହାର ବିକ୍ରୟ ବିଷୟରେ କହିବାର କୌଣସି ଆବଶ୍ୟକତା ନାହିଁ । ଦେଶର ଅନ୍ୟ ସମସ୍ତ ଘରେ ମୁଲତାନି ମାଟି ମିଳିଥାଏ । ଏହା ମଧ୍ୟ ପାକିସ୍ତାନରୁ ଆମଦାନୀ ହୋଇଥାଏ । ଏହି ମାଟି ସୌନ୍ଦର୍ଯ୍ୟ ପାଇଁ ବ୍ୟବହୃତ ହୁଏ । ଅନେକ ଲୋକ ଏହାକୁ ଫେସ୍ ପ୍ୟାକ ଭାବରେ ବ୍ୟବହାର କରନ୍ତି ।

Advertisement

କୁର୍ତ୍ତା ଠାରୁ ଆରମ୍ଭ କରି ପାକିସ୍ଥାନୀରୁ ଚପଲ ପର୍ଯ୍ୟନ୍ତ ଏସବୁ ଜିନିଷ ପାକିସ୍ତାନରୁ ଆସିଥାଏ । ହଁ, ଲାହୋର କୁର୍ତ୍ତା ଏବଂ ପେଶୱାରୀ ଚପଲ ଭାରତରେ ବହୁତ ପସନ୍ଦ କରାଯାଏ । ଯାହା ଭାରତରେ ବହୁ ପରିମାଣରେ ଆମଦାନୀ ହୋଇଥାଏ । ଏଥି ସହିତ, ଚିନିରୁ ପ୍ରସ୍ତୁତ କନଫେରେନାରୀ ସହିତ ଜଡିତ କିଛି ଉତ୍ପାଦ କେବଳ ପାକିସ୍ତାନରୁ ଆସିଥାଏ । ଏପରିକି ଭାରତ ପାକିସ୍ତାନରୁ କପା ଆମଦାନୀ କରିଥାଏ । କେତେକ ଚିକିତ୍ସା ଉପକରଣ ଏବଂ ଦର୍ଶନରେ ବ୍ୟବହୃତ ଅପ୍ଟିକାଲ କାଚ ମଧ୍ୟ ପାକିସ୍ତାନରୁ ଆମଦାନୀ ହୋଇଥାଏ । ଭାରତ ମଧ୍ୟ ପାକିସ୍ତାନରୁ ଚମଡ଼ା ସାମଗ୍ରୀ ଆମଦାନୀ କରିଥାଏ ।୧୧ ହଜାର କୋଟିରୁ ଅଧିକ କାରବାର କରିଥାରଏ । ପ୍ରତିବର୍ଷ ଆରମ୍ଭରେ, ପାକିସ୍ତାନ ଏବଂ ଭାରତ ମଧ୍ୟରେ କେତେ ବାଣିଜ୍ୟ ଚାଲିଛି ସେନେଇ ସଂସଦରେ ସରକାର ସୂଚନା ଦେଇଥିଲେ?

ଯଦିଓ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାଣିଜ୍ୟ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଛି । ଏହା ପରେ ଏପ୍ରିଲ ୨୦୨୨ ରୁ ଡିସେମ୍ବର ୨୦୨୨ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧୧ ହଜାର କୋଟି ଅର୍ଥାତ ୧.୩୫ ବିଲିୟନ ଡଲାରର ବାଣିଜ୍ୟ ଘଟିଛି । ଯେତେବେଳେ କି ୨୦୨୧-୨୨ ଆର୍ôଥକ ବର୍ଷରେ ଏହି ବ୍ୟବସାୟ ୫୧୬.୩୬ ନିୟୁତ ଡଲାର ଥିଲା । ୨୦୨୦-୨୧ ଆର୍ôଥକ ବର୍ଷରେ, ଏହି ବ୍ୟବସାୟ ୩୨୯.୨୬ ମିଲିୟନ ଡ଼ଲାର୍ ଥିଲା । ସେହି ବର୍ଷ ଭାରତ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଇ ଦେଇଥିଲା ଏବଂ ପାକିସ୍ତାନ ଭାରତ ସହିତ ବାଣିଜ୍ୟ ବନ୍ଦ କରି ଦେଇଥିଲା । ତେବେ ଉଭୟ ଦେଶ ଭିତରେ ଯେତେ ବିବାଦ ଲାଗିଥିଲେ ସୁଦ୍ଧା ଉଭୟ ଦେଶ ଉଭୟଙ୍କ ଉପରେ ଅନେକ ଜିନିଷକୁ ନେଇ ନିର୍ଜର ରହି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *