୫୮ ବର୍ଷରେ ପାଦ ଥାପିଲେ କିଙ୍ଗ ଅଫ ରୋମାନ୍ସ ତଥାପି କମିନି କ୍ରେଜ, ମଧ୍ୟରାତ୍ରୀରେ ମନ୍ନତରୁ ବାହାରି ଫ୍ୟାନ୍ସଙ୍କୁ ଦେଖାଦେଲେ ଶାହାରୁଖ..
1 min readକେବେ ସେ କିଙ୍ଗର ଅଫ ରୋମାନ୍ସ ,ତ ପୁଣି କେତେବେଳେ ଡନ୍ ପୁଣି କେବେ ସେ ପଠାନ୍ ଏଭଳି ଅନେକ ନାଁରେ ସାରା ବିଶ୍ୱରେ ବେଶ ପରିଚିତ ଅଭିନେତା ଶାହାରୁଖ ଖାନ । ତେବେ ଆଜି କିଙ୍ଗ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ । ୫୮ଟି ବସନ୍ତ ପାର କରିଥିବା ଶାହରୁଖ ଖାନଙ୍କ ଦେଶ ତଥା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି । ବୟସ ବଢୁଛି ସତ କିନ୍ତୁ ଲୋକଙ୍କ ଭିତରେ କମିନି ତାଙ୍କର କ୍ରେଜ ।
ଏବେ ବି ସେ ଯୁବପୀଢୀଙ୍କ ପାଇଁ ରୋମାନ୍ସ କିଙ୍ଗ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ନିଜର ନିଆରା ରୋମାଣ୍ଟିକ ଅନ୍ଦାଜ ପାଇଁ ସେ ଆଜି ବି ପପୁଲାର । ଆଜି ମଧ୍ୟ ଲୋକମାନେ କିଙ୍ଗ ଖାନଙ୍କ ଅଭିନୟ ପାଇଁ ପାଗଳ । ତାଙ୍କ ର ଗୋଟେ ଝଲକ ପାଇବା ପାଇଁ ଲୋକମାନେ ମୁମ୍ବାଇରେ ମନ୍ନତ ସାମ୍ନାରେ ଘଣ୍ଟା ଘଣ୍ଟା ଛିଡା ହୋଇଥାନ୍ତି । ଲୋକମାନେ ତାଙ୍କ ଚଳଚ୍ଚିତ୍ରକୁ ବହୁତ ଉତ୍ସାହର ସହିତ ଅପେକ୍ଷା କରନ୍ତି ।
ଶାହାରୁଖ ଖାନ ବଲିଉଡର ବାଦଶାହ, ବଲିଉଡର ରାଜା, କିଙ୍ଗ ଖାନ ,ଡନ୍, ଜୱାନ ପଠାନ୍ ଏବଂ ରୋମାନ୍ସର କିଙ୍ଗ ଭାବରେ ମଧ୍ୟ ଜଣାଶୁଣା । ବଲିଉଡର କିଙ୍ଗ ଖାନ ଆଜି ତାଙ୍କର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶାହାରୁଖ ଘର ମନ୍ନତ ଆଗରେ ଲାଗିଛି ଫ୍ୟାନ୍ସଙ୍କ ଭିଡ଼ । ଶାହାରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କ ମନ ରଖିଥିଲେ । ଛାତ ଉପରକୁ ଆସି ହାତ ହଲାଇ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଙ୍ଗ ଖାନଙ୍କୁ ଦେଖି ଫ୍ୟାନମାନେ ଖୁସିରେ ଚିଲାଇବା ଆରମ୍ଭ କରିଥିଲେ । ଏହା ସହ କିଛି ଫ୍ୟାନ୍ସ ଭିଡିଓ ଏବଂ ଫଟୋ ନେଉଥିବା ନଜର ଆସିଛନ୍ତି । ବ୍ଲାକ ଟି-ସାର୍ଟ ସହିତ ବ୍ଲାକ କ୍ୟାପରେ ଶାହରୁଖ ବହୁତ ହାଣ୍ଡସମ ଲାଗୁଥିଲେ । କିଙ୍ଗ ଖାନଙ୍କର ଏଭଳି କ୍ରେଜ କାହିଁକି ବା ହେବନି । ଗତ ୩ ଦଶକରୁ ନିଜ ଫିଲ୍ମ ମାଧ୍ୟମରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରିଆସୁଛନ୍ତି ସେ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ଦିୱାନା କରିଛନ୍ତି ଶାହରୁଖ ଖାନ ।
୧୯୬୫ ମସିହା ନଭେମ୍ବର ୨, ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ଥିଲେ ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଟେଲିଭିଜନ ପରେ ସେ ପାଦଦେଇଥିଲେ ସିନେମା ଜଗତରେ ।
ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ତା ପରଠାରୁ ସେ କେବେ ବି ଆଉ ପଛକୁ ଫେରି ଚାହିଁ ନଥିଲେ । ଗୋଟେ ପରେ ଗୋଟେ ଲ୍ଲକ ବାଷ୍ଟର ଫିଲ୍ମ କରି ଫ୍ୟାନ୍ସଙ୍କମନ ଜିଣି ଚାଲିଥିଲେ । ତେବେ ଫିଲ୍ମ କଥା କହିଲେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ଜବାନ’, ଚଳିତ ବର୍ଷ ଯାହା ବକ୍ସ ଅଫିସରେ ସର୍ବକାଳୀନ ବ୍ଲକ୍ବଷ୍ଟର ହୋଇପାରିଛି ଏବଂ ୨୦୨୩ ବର୍ଷର ସବୁଠାରୁ ବଡ ଏଣ୍ଟରଟେନର ଭାବରେ ଉଭା ହୋଇଛି ।