Pratidin TV

Odisha's Digital News Platform

(ଭିଡିଓ)ମନୋଜଙ୍କ ପାଇଁ ଅନୁଭବଙ୍କୁ କ୍ଷମା ମାଗିଲେ ମାନା ମିଶ୍ର, କହିଲେ ଜୀବନ ଏଠି ସରି ଯିବନି ଆଗକୁ ଆହୁରି ଅଛି..

1 min read

ଭୁବନେଶ୍ୱର : ଓଡିଶାରେ ମୁଣ୍ଡ ଟେକିଛି ଓଲିଉଡ କଳି । ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯାଇ ଥିବା ନେଇ ଖବର ଆସିବା ପର ଠାରୁ ଆରମ୍ଭ ହୋଇ ଯାଇଛି ବିବାଦ ।ଏଥିରେ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ମଧ୍ୟ ମନ୍ତବ୍ୟ ଦେବା ଆରମ୍ଭକରି ଦେଲେଣି । ଏବେ କିନ୍ତୁ ସ୍ୱାମୀ ତଥା ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ମୁହଁ ଖୋଲିଛନ୍ତି ପତ୍ନୀ ମାନା ମିଶ୍ର । ହେଲେ ଆମେ କହି ରଖୁଛୁ ଯେ ମନୋଜ ମିଶ୍ର ଏବଂ ମାନା ମିଶ୍ର ଭିତରେ ଦୀର୍ଘ ଦିନରୁ ଛାଡପତ୍ର ହୋଇ ସାରିଛି । ସ୍ୱାମୀସ୍ତ୍ରୀର ସର୍ମ୍ପକ ଭାଙ୍ଗି ଯାଇଥିଲେ ସୁଧା ପୂର୍ବତନ ସ୍ୱାମୀଙ୍କୁ ସତମାର୍ଗ ଦେଖାଇବାକୁ ବାହାରି ଆସିଛନ୍ତି ମାନା ମିଶ୍ର । ସ୍ୱାମୀ ମନୋଜଙ୍କ ପାଇଁ ଚିନ୍ତାରେ ମାନା ମିଶ୍ର ।

ମୋ ଭଳି ସିନେମା କରିବାକୁ ଟୁଟୁ ନାୟକର ଟ୍ୟାଲେଣ୍ଟ ନାହିଁ, ଏଭଳି କିଛି କହିଲେ ଅଭିନେତା ମନୋଜ

Advertisement

କିଛି ଦିନ ଧରି ଚାଲିଥିବା ଓଲିଉଡ ୱାର ଉପରେ ମୁହଁ ଖୋଲିଛନ୍ତି ମନୋଜ ମିଶ୍ରଙ୍କ ପୂର୍ବତନ ସ୍ତ୍ରୀ । ସୋସିଆଲ ମିଡିଆରେ ଅନୁଭବଙ୍କୁ କ୍ଷମା ମାଗି ସବୁ କଥାକୁ ଭୁଲି ଯିବାକୁ ମାନା ଅନୁରୋଧ କରିଛନ୍ତି । ଆଉ ତା ସହ କହିଛନ୍ତି ଲମ୍ବା ଜୀବନକୁ ଖୁସିରେ ବିତାଇନ୍ତୁ । ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଅନୁଭବଙ୍କ ପୋଷ୍ଟରକୁ କିଛି ଲୋକମାନେ ପୋଡୁଥିବା ବେଳେ ଏହାକୁ ଦେଖି ସ୍ୱାମୀଙ୍କ ହିତରେ ମୁହଁ ଖୋଲି ଅନୁଭବଙ୍କୁ କ୍ଷମା ମାଗିଛନ୍ତି ମାନା । ଏଥିସହ ଓଡିଶାକୁ ୨ ଭାଗ କରିବାକୁ ଚାହୁଁଥିବା କିଛି ଲୋକଙ୍କୁ ଜବାବ ଦେବା ପାଇଁ ନିଜ ଫେସବୁକ ପୋଷ୍ଟରେ କିଛି ପୋଷ୍ଟ କରିଛନ୍ତି ମାନା । ସେ କହିଛନ୍ତି ଯେ, ‘ ପାଟିରୁ କଥା ବାହାରୁ ନି କିନ୍ତୁ ଆଖିରୁ ଲୁହ ବାହାରୁଛି । ତେଣୁ ଆପଣମାନଙ୍କ ଆଗକୁ ମୁଁ ଯାଇ ପାରିବିନି । ଅଭିନେତା ଅନୁଭବ ମହାନ୍ତି ମୁଁ ଆପଣଙ୍କ ପାଇଁ ଗର୍ବିତ । କିଛି ଲୋକ ଆପଣଙ୍କ କୁଶପୁତ୍ତଳିକା ଦାହ କରୁଥିବା ଦେଖି ମୋ ଝିଅକୁ ଧରି ମୁଁ ବହୁତ କାନ୍ଦେ । ଆଉ ସେଥିପାଇଁ ଆପଣଙ୍କୁ ମୁଁ କ୍ଷମା ମାଗୁଛି ।

Leave a Reply

Your email address will not be published. Required fields are marked *