Pratidin TV

Odisha's Digital News Platform

ବିଚ୍ ରାସ୍ତାରେ ୨ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଡଷ୍ଟର କାର …

1 min read

ସୁନ୍ଦରଗଡ଼ ; ସକାଳୁ ସକାଳୁ ଅକାଳରେ ଉଡିଗଲା ୨ ପ୍ରାଣ । ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ A9 ଢାବା ପାଖରେ ସଡ଼କ ଦୁର୍ଘଟଣା । ରାଉରକେଲା ତରଫରୁ ଆସୁଥିବା କାର ଇ୯ ଢାବା ପାଖରେ ୨ ଜଣ ସାଇକଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ ହୋଇଛି । ମୃତକ ୨ ଜଣ ଜରଙ୍ଗଲୋଇ ଗ୍ରାମର ଗିରିଜା ଶଙ୍କର ସାହୁ ଓ କ୍ଷୀରୋଦ ପୃସେଠ ବୋଲି ଜଣାପଡିଛି । ନିତ୍ୟକର୍ମ ସାରି ଘରକୁ ଫେରୁଥିବା ସମୟରେ ରାଉରକେଲା ପଟୁ ଦୃତ ଗତିରେ ଆସୁଥିବା ଡ଼ଷ୍ଟର କାର ଦୁଇଜଣ ସାଇକଲ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ଏହି ଘଟଣାକୁ ନେଇ ବିଜୁ ଏକ୍ସପ୍ରେସ ୱେ ଏନଏଚ୍ ୧୦ କୁ ଅବରୋଧ କରିବା ସହ ଉଚିତ କ୍ଷତିପୂରଣ ଦାବି କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ଘଟଣା ସ୍ଥଳରେ ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି । କାର ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ କାରକୁ ସଦର ଥାନା ଅନ୍ତର୍ଗତ ଜଗତଗଡ଼ ଠାରେ ଧରାପିଡ଼ିଛି । ଉଚିତ କ୍ଷତିପୂରଣ ନଦେବା ପର‌୍ୟ୍ୟନ୍ତ ରାସ୍ତା ରୋକ ଜରିରହିବ କହିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଶୋକକୁଳ ପରିବେଶ ଲାଗିରହିଛି ।

Advertisement

Leave a Reply

Your email address will not be published. Required fields are marked *