ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସୁପାରିଟେଣ୍ଡେଣ୍ଟ ଇଞ୍ଜିନିୟର , ଏକକାଳୀନ ୭ ଟି ସ୍ଥାନରେ ରେଡ୍ ……
1 min readଭୁବନେଶ୍ୱର ; ଦୁର୍ନୀତିଗସ୍ତ ଅଫିସର ଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି ରାଜ୍ୟ ସରକାର । ଆଉ ବର୍ତ୍ତିପାରିବେନି ସରକାରୀଆ ବାବୁ ।
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସୁପାରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଶ୍ୱବନ୍ଧୁ ପାଣିଗ୍ରାହୀ । ଏକକାଳୀନ ଘର ସମେତ ୬ ଟି ସ୍ଥାନରେ ଚାଲିଛି ରେଡ୍ ।
ସୂଚନା ଅନୁଯାୟୀ ଭିଏସ୍ଏସ ନଗରରେ ଥିବା ବିଲ୍ଡିଂ ଏଖ ୭୩, ପ୍ଲଟ ନମ୍ବର ୯୫୦୫ , ରୁଦ୍ରପୁର ଆସୋଟେକ ପ୍ରାଇଡ଼ ରେ ଥିବା ଫ୍ଲାଟ , ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂ , ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର , ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଉନ୍ନତି ଭବନରେ ଥିବା ଋଓଉ ଙ୍କ ଅଫିସ ଭିତରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଜାରି କରାଯାଇଛି । ଏହି ଚଢାଉଟି ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ନେଇ ଚାଲିଛି ।