Pratidin TV

Odisha's Digital News Platform

ଚାଲିଗଲେ ଚନ୍ଦ୍ରମୋହନ, ଶୋକରେ ବୁଡିଲା ତେଲୁଗୁ ଇଣ୍ଡଷ୍ଟ୍ରି…

1 min read

ପୁଣି ଶୋକରେ ବୁଡିଲା ତେଲୁଗୁ ଇଣ୍ଡଷ୍ଟ୍ରି । ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରୟ ଅଭିନେତା ଚନ୍ଦ୍ର ମୋହନଙ୍କର ଆଜି ନଭେମ୍ବର ୧୧ ରେ ଦେହାନ୍ତ ହୋଇଛି । ହାଇଦ୍ରାବାଦର ଏକ ଡାକ୍ତରଖାନାରେ ସକାଳ ୬ଟା୪୫ରେ ତାଙ୍କର ପରେଲାକ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ବୟସ ୮୨ ବର୍ଷ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଚନ୍ଦ୍ରମୋହନଙ୍କ ଦେହାନ୍ତ ହେବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ଖବର ଶୁଣିବା ପରେ ଅନେକ ସାଉଥଷ୍ଟାର ଗଭୀର ଭାବେ ଶୋକ ପ୍ରକାଶ କରିଛନ୍ତି । ଚନ୍ଦ୍ର ମୋହନ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ତାଙ୍କ କାମ ପାଇଁ ଜଣାଶୁଣା । ସେ ୧୯୬୬ ମସିହାରେ ଚଳଚ୍ଚିତ୍ର ‘ରଙ୍ଗୁଲା ରତ୍ନାମ’ ସହିତ ସିନେମାରେ ପ୍ରବେଶ କରିଥିଲେ । ନିଜ କ୍ୟାରିୟରରେ ଦର୍ଶକଙ୍କୁ ସେ ଅନେକ ସୁପରହିଟ୍ ତେଲୁଗୁ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ଯେଉଁଥିପାଇଁ ସେ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ଶ୍ରେଷ୍ଠ ଅଭିନେତା ଭାବରେ ନନ୍ଦୀ ପୁରସ୍କାର ପାଇଥିଲେ । ସେ ପ୍ରାୟ ୯୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତେବେ ଚନ୍ଦ୍ର ମୋହନଙ୍କ ପତ୍ନୀ ଜଲନ୍ଧରା ଏବଂ ଦୁଇ ଝିଅ ଅଛନ୍ତି । ସୋମବାର ହାଇଦ୍ରାବାଦରେ ଚନ୍ଦ୍ରମୋହନଙ୍କର ଶେଷକୃତ୍ୟ କରାଯିବ ।

Advertisement

Leave a Reply

Your email address will not be published. Required fields are marked *